ନଦି ବନ୍ଧ ଯୋଜନା କାର୍ଯ୍ୟକାରୀ ସମିତି ବୈଠକ

ଫୋକସ ପ୍ଲସ(ସୋରଡ଼ା)୨୦/୦୮/୨୦୨୨: ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ନଦି ବନ୍ଧ ଯୋଜନା ସମିତି ଙ୍କ ଉପସ୍ଥିତିରେ ସୋରଡ଼ା ନିକଟ ରେ ଥିବା ପ୍ରଭୁ ପୁଡୁକେଶ୍ବର ସ୍ଵାମୀଙ୍କ ମନ୍ଦିରରେ ଘୁମୁସର ଜିଲ୍ଲା ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଘୁମୁସର ଜିଲ୍ଲା ନଦି ବନ୍ଧ ଯୋଜନା କାର୍ଯ୍ୟକାରୀ ସଦସ୍ୟ ଚୟନ କରାଯାଇ ଥିଲା।ଓଡ଼ିଶା ରାଜ୍ୟ ନଦି ବନ୍ଧ ଯୋଜନା କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଘୁମୁସର ଜିଲ୍ଲା ନଦୀବନ୍ଧ ଯୋଜନାର ସଭାପତି କୁନା ପରିଡା ଓ ସମ୍ପାଦକ ଭି ଜଗଦୀଶ ରାଜୁ ଏବଂ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଭାବେ ସୋରଡ଼ା ର ୮ୱାର୍ଡ କାଉନସିଲର ତଥା ସାମ୍ବାଦିକ ରଜନୀ କାନ୍ତ ମହାପାତ୍ର ଙ୍କୁ ମନୋନୀତ ହୋଇଥିବା ବେଳେ ସୋରଡ଼ା ବ୍ଲକ ନଦୀବନ୍ଧ ଯୋଜନାର ସଭାପତି ଗୋପାଳପୁର ଶାସନ ପଞ୍ଚାୟତ ସରପଞ୍ଚ ଦେବରାଜ ମଲିକ ଓ ସମ୍ପାଦକ ସନ୍ତୋଷ କୁମାର ସାହୁ ଙ୍କୁ ଦାୟିତ୍ଵ ବହନ ପ୍ରଦାନ କରାଯାଇଛି ଘୁମୁସର ଜିଲ୍ଲା ନଦୀବନ୍ଧ ଯୋଜନାର ସମ୍ପର୍କିତ ତଥ୍ୟ ରାଜ୍ୟ ବିଜେପି କମିଟି ଓ ନଦୀବନ୍ଧ ଯୋଜନାର କମିଟି କୁ ମନୋନୀତ ହୋଇଥିବା ସଦସ୍ୟ ମାନେ ପ୍ରଦାନ କରିବେ ଏବଂ ନିଜ ଅଞ୍ଚଳରେ ହେଇଥିବା ବେଆଇନ ଭାବେ ନଦୀରୁ ବାଲି ଉଠେଇବା ନଦି ବନ୍ଧରେ କମ୍ପାନୀର ମଇଳା ଜଳ ନଦି କୁପ୍ରବେଶ ନକରିବ ସେ
ବିଷୟରେ ଆଲୋଚନା କରାଯାଇଥିଲା |

Leave a Reply

Your email address will not be published. Required fields are marked *