ନଦୀକୁ ଡେଇଁଲେ ଯୁବତୀ

ଫୋକସ ପ୍ଲସ(ତାଳଚେର)୨୦/୦୮/୨୦୨୨: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଂଚଳର ଜୈନେକ ଯୁବତୀ ଆଜି ସକାଳୁ ସକାଳୁ ବ୍ରାହ୍ମଣୀ ନଦୀ ର ସମଲ ଡ୍ୟାମ୍ ଗଭୀର ଜଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଥିଲା। ସକାଳ ୭ଘଣ୍ଟିକା ସମୟ ବେଳେ ସମଲ ଡ୍ୟାମ୍ ରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ପରେ ବହୁତ ଲୋକେ ଡ୍ୟାମ୍ ଉପରେ ଥାଇ ସବୁ ଦେଖୁଥିଲେ ମଧ୍ୟ କେହି ଗଭୀର ପାଣିକୁ ପଶି ମହିଳା ଜଣଙ୍କୁ ଉଦ୍ଧାର କରିବା ପାଇଁ ସାହାସ ଜୁଟାଇ ପାରିନଥିଲେ । ଖବର ପାଇ ପ୍ରଥମେ ସ୍ଥାନୀୟ ଅଂଚଳ ର ଅଟୋ ଚାଳକ ଜୟନ୍ତ ସାହୁ ଓ ପତ୍ରକାର ନିରଞ୍ଜନ ସାହୁ ଉପସ୍ଥିତ ବୁଦ୍ଧି ଖଟାଇ ବ୍ରିଜ ତଳେ ଯାଇଥିବା ଟିଭି କେବୁଲ କାଟିଦେଇ ଯୁବତୀଙ୍କ ଉପରକୁ ପକାଇବା ଦ୍ୱାରା ଯୁବତୀ ଜଣକ କେବୁଲ ଧରିବା ଦ୍ୱାରା ପାଣିରେ ଅଟକି ରହିଥିଲେ!କିଛି ସମୟପରେ ସ୍ଥାନୀୟ ଅଂଚଳର ଡ଼ଙ୍ଗା ଚାଳକ ଓ ସାହସୀ ଯୁବକ ପରମାନନ୍ଦ ପଳେଇ , ଏକାଦସିଆ ବେହେରା, ଭ୍ରମର ସେଠି, ଏକ ହୋଲି ଡ଼ଙ୍ଗା ଓ ଟ୍ୟୁବ ସାହାଯ୍ୟରେ ଘଟଣାସ୍ଥଳରେ ପହଁଚିଯୁବତୀଙ୍କୁ ଉଦ୍ଧାର କରିଥିଲେ । କଣିହାଁ ଅଗ୍ନିଶମ ବିଭାଗ, ସମଲ ପୋଲିସ, ଓ ବ୍ଲକ ଅଧ୍ୟକ୍ଷ ରାମ କୃଷ୍ଣ ପ୍ରଧାନ ପହଂଚି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲ କୁ ପଠେଇ ଥିଲେ |ଯୁବକ ମାନଙ୍କର ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳ ରେ ପ୍ରଶଂସା ର ପାତ୍ର ହୋଇଛନ୍ତି|

 

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *