ନଦୀରୁ ଭାସମାନ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

ଫୋକସ ପ୍ଲସ (କନ୍ଧମାଳ)୨୪/୦୭/୨୦୨୨: ନିଖୋଜ ଥିବା ମହିଳାଙ୍କ ମୃତ ଶବ ନଦୀରୁ ଭାସମାନ ଅବସ୍ଥାରେ ଉଧାର କଲେ ଟିକାବାଲି ଅଗ୍ନିଶମ ବାହିନି।ଅଞ୍ଚଳବାସୀଙ୍କ ଠାରୁ ଫୋନ ଯୋଗେ ଖବର ପାଇ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ହାବିଲଦାର କନ୍ଦୁର ଚରଣ ବେହେରା,ଅଗ୍ନିଶମ ଜନକ ବେହେରା, ଜଗନ୍ନାଥ ବିଶ୍ବାଳ,ସିଶିର କର, ଅମିୟରଞ୍ଜନ ସୁନା, ଡ୍ରାଇଭର ପ୍ରହଲ୍ଲାଦ ବେହେରା ପ୍ରମୁଖ ଶବ ଉଧାର କରିଥିଲେ।ପରେ ଟିକାବାଲି ପୋଲିସ ଖବର ପାଇ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ନିଖଜ ମହିଳାଙ୍କ ପରିବାରକୁ ଖବର ଦେଇଥିଲେ।ନିଖଜ ମହିଳାଙ୍କ ଭାଇ ଟିକାବାଲି ଥାନା ଅନ୍ତର୍ଗତ ଆନନ୍ଦନଗର ଗ୍ରାମର ନବଘନ ଦିଗାଲ ପହଞ୍ଚି ତାଙ୍କ ଭଉଣି ଲିଲିମା ଦିଗାଲଙ୍କ ଶବ ବୋଲି ଚିହ୍ନଟ କରିଥିଲେ।ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ୮\୨୨ରେ ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠେଇ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ଶବକୁ ଆନନ୍ଦନଗର ଶ୍ମଶାନରେ ଶେଷକୃତ୍ୟ ସପର୍ଣ କରାଯାଇଥିଲା।ସୂଚନା ଥାଉକି ଟିକାବାଲି ଥାନା ଅନ୍ତର୍ଗତ ଆନନ୍ଦନଗର ମୃତ ଲଟେ ଦିଗାଲଙ୍କ ଝିଅ ଲିଲିମା ଦିଗାଲ ସେ ୨୬ବର୍ଷ ପୂର୍ବେ ବିସିପଡା ସଦର ଥାନା ଅନ୍ତର୍ଗତ ଲାଆବାଡି ଗ୍ରାମରେ ବିବାହ କରିଥିଲେ ସେ ସ୍ବାମିଙ୍କ ସହ ମନମାଲିନ ହୋଇ ନିଜ ବାପ ଘରେ କିଛି ବର୍ଷ ହେବ ଆନନ୍ଦନଗରେ ଠାରେ ରହି ଆସୁଥିଲେ।ଗତ ତା-୧୬\୭\୨୨ ରିଖ ଠାରୁ ନିଖଜ ଥିଲେ।ଲିଲିମା ଦିଗାଲଙ୍କ ନିଖଜ ବିଷୟରେ ତାଙ୍କ ଭାଈ ନବଘନ ଦିଗାଲ ଟିକାବାଲି ଥାନାରେ ଏତଲି ମଧ୍ୟ ଦାଏର କରାଇଥିଲେ।କିନ୍ତୁ ଏକ ସପ୍ତାହ ପରେ ନିଖଜ ମହିଳାଙ୍କ ଶବ ମିଳିବି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଠିଛି।ଟିକାବାଲି ପୋଲିସ ଏନେଇ ଅଧିକା ତଦନ୍ତ କରୁଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲା,ଟିକାବାଲି ବ୍ଲକରୁ ଜଶେଫ ଦିଗାଲଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *