ନଦୀରେ ଭାସି ଯୁବକ ମୃତ

ଫୋକସ ପ୍ଲସ (ଥୁଆମୂଳ ରାମପୁର)୧୦/୦୭/୨୦୨୨: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ଅଧିନ କାଚେଲେଖା ଗ୍ରାମର ଜଣେ ବ୍ୟକ୍ତି କେରପାଇ-କାଚେଲେଖା ମଝିରେ ଥିବା ରାନୀବାଲି ନଦୀ ପାର ହୋଇ ଯାଉଥିବା ସମୟରେ ଭାସିଯାଇଥିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି।ଭାସି ଯାଇଥିବା ବ୍ୟକ୍ତି ଜଣକ ହେଲେ କାଚେଲେଖା ଗ୍ରାମର ମାସିଆ ମାଝୀ(୫୨)ବୋଲି ସୂଚନା ମିଳିଛି।ଶନିବାର ମାସିଆ ମାଝୀ ନିଜ ଝିଅ ଘର ବାରଙ୍ଗପଦର ଯିବା ପାଇଁ ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ନିଜ ଗାଁରୁ ନିକଟରେ ପ୍ରବାହିତ ହେଉଥିବା କେରପାଇ-କାଚେଲେଖା ନଦୀ ପାର ହୋଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରୁ ପ୍ରାୟ ୧ କିଲୋମିଟର ଦୂର ଭାସିଆସି ପିଣ୍ଡାପଦର ନିକଟରେ ମସିଆ ମାଝୀର ଶବ ଅଟକି ଥିବା ଦେଖି ସଂପର୍କ ରେ ଥୁଆମୂଳ ରାମପୁର ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଥୁଆମୂଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ ପ୍ଳସ୍ |

Leave a Reply

Your email address will not be published. Required fields are marked *