ନଦୀ ଗର୍ଭରେ ଲୀନ ହେଲାଣି ଦଶ ଏକର ଚାଷ ଜମି

ଫୋକସ ପ୍ଲସ(ବାଲିଆପାଳ)୧୦/୦୮/୨୦୨୨: କୂଳ ଲଂଘୁଛି ସୁବର୍ଣ୍ଣରେଖା , କୁହ୍ଲାଚଡ଼ ଗାଁ’କୁ ଘନଉଛି ବିପଦ ନଦୀଗର୍ଭରେ ଲୀନ ହେଲାଣି ୧୦ ଏକରରୁ ଉର୍ଦ୍ଧ୍ୱ ଜମି ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଗ୍ରାମବାସୀ ଅସହାୟ ହୋଇ ବାଲିଆପାଳ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୧୫ଦିନ ମଧ୍ୟରେ କୁହ୍ଲାଚଡ଼ ଗ୍ରାମ ନିକଟ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀ କୂଳରେ ପଥର ବନ୍ଧ ନିର୍ମାଣ କରାଇବା ପାଇଁ ବ୍ୟବସ୍ଥା କରାନଗଲେ ଗ୍ରାମବାସୀ ଭୋଗରାଇକୁ ସଂଯୋଗ କରୁଥିବା ପନ୍ଥେଇ ନଦୀଘାଟ ନିକଟରେ ଜନ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ କହିଛନ୍ତି।
ବାଲିଆପାଳ ବ୍ଲକରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ କ୍ରମଶଃ କୂଳ ଲଂଘିବାରେ ଲାଗିଛି । ବର୍ଷାଦିନ ଆସିଲେ ନଦୀକୂଳିଆ ଲୋକେ ସୁବର୍ଣ୍ଣରେଖାର କରାଳ ରୂପ ଦେଖି ଭୟଭୀତ ହୋଇପଡ଼ନ୍ତି । ଧନଜୀବନର ସୁରକ୍ଷା ପାଇଁ ରାତି ରାତି ଅନିଦ୍ରା ମଧ୍ୟ ରହନ୍ତି । ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ନଦୀର ଜଳସ୍ତର କମ ରହିଛି । ହେଲେ ନଦୀ ନିୟମିତ କୂଳ ଖାଇବାରେ ଲାଗିଛି । ବାଲିଆପାଳ ବ୍ଲକର ପାଳପଡ଼ା , ଚଡ଼ପାଳପଡ଼ା , ପାଳଚମେଇ , ପାରୁଳିଆ , ଅସ୍ତି , ବଢ଼ାପାଳ , ସୂର୍ଯ୍ୟାପୁର , କୁଦମାନସିଂ , ରସଲପୁର , ଇକଡପାଳ , ରସଲପୁର , ଇକଡ଼ପାଳ , କୁହ୍ଲାଚଡ଼ , ତାଳପଦା ଆଦି ସ୍ଥାନରେ ନଦୀ ନିୟମିତ କୂଳ ଖାଇବାରେ ଲାଗିଛି । ସେପଟେ ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତର କୁହ୍ଲାଚଡ଼ ଗାଁ ପ୍ରତି ସୁବର୍ଣ୍ଣରେଖା ଅଧିକ ବିପଦ ସୃଷ୍ଟି କରିଛି । କୁହ୍ଲାଚଡ଼ ମୌଜାରେ ଥିବା ଉର୍ବର ଚାଷ ଜମିକୁ ସୁବର୍ଣ୍ଣରେଖା ଦ୍ରୁତଗତିରେ ତା ଗର୍ଭକୁ ଟାଣି ନେଉଛି । ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ନଦୀ କୁନ୍ଦାଗଡ଼ ଗ୍ରାମର ୧୦ ଏକରରୁ ଉର୍ଦ୍ଧ୍ବ ଚାଷଜମି ତା ଗର୍ଭରେ ଲୀନ କରିସାରିଛି । ତେବେ ଆଜି ବାଲିଆପାଳ ବିଡିଓ,ତଥା ତହସିଲଦାର ଦିପକ୍ କୁମାର ଦାସ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ପନ୍ତେଇ ଘାଟ ପାଖକୁ ଆସି ତୁରନ୍ତ ପଥର ପେଚିଙ୍ଗ୍ କାମ କରାଯିବ ବୋଲି ପ୍ରତିଶୁତି ଦେଇଛନ୍ତି ।

ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *