ନଦୀ ଘାଇରେ ୪୦ରୁ ଅଧିକ ଗାଁ ଜଳବନ୍ଦୀ

ଫୋକସ ପ୍ଲସ(କୋଣାର୍କ)୧୮/୦୮/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ବେଦପୁର ପଞ୍ଚାୟତ କୁଶଭଦ୍ରା ନଦୀର ଖଣ୍ଡିଆକୂଦ ନିକଟରେ ୨୦ ଫୁଟର ଘାଇ,୮ଟି ପଞ୍ଚାୟତ ଜଳବନ୍ଦୀ ୪୦ ରୁ ଅଧିକ ଘରେ ବନ୍ୟା ଜଳ ଏପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସାହାର୍ଯ୍ୟ ନଥିବା ବେଳେ ସୁବର୍ଣ୍ଣପୁର,ଗଣେଶ୍ବରପୁର ଏବେବି ଉପବାସରେ କାଟୁଛନ୍ତି ଜୀବନ।ଏବେବି ବନ୍ୟା ଜଳରେ ଚାଷଜମି ଜଳମଗ୍ନ ଥିବା ବେଳେ ବୃଦ୍ଧ ମହିଳା କାନ୍ଦୁଥିବା ସହ କୋହଭରା କଣ୍ଠରେ କହୁଛନ୍ତି। ସୁବର୍ଣ୍ଣପୁର ଗାଁ ର ଲୋକେ। ଗୋଟିଏ ପଟେ ନଦୀ ବନ୍ଧ ଭାଙ୍ଗି ୨୦ ପୁଟୁରେ ଘାଇ ଗତକାଲି ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ ସମସ୍ତେ ବୁଲି ଦେଇ ପ୍ରତିଶ୍ରୁତି ଦେଲେ ,ଏବେବି ଲୋକେମାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ, ସୁଖିଲା ଖାଦ୍ୟ ସେପଟେ ଗୋପ ବ୍ଳକ ମଧ୍ୟରେ ଏବେ ଚୁଡା,ଗୁଡ ପହଞ୍ଚିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଗୋ ମାତାଙ୍କ ପାଇଁ କୌଣସି ଖାଦ୍ୟ ମିଳି ନଥିବା ବେଳେ ଲୋକମାନେ ଏବେ ଭୟବିତ ଅବସ୍ଥାରେ କାଟୁଛନ୍ତି ଜୀବନ ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି ଗୋପ ବନ୍ୟା ଅଞ୍ଚଳ ବାସିନ୍ଦା ।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *