ନଦୀ ବାଲି ପଟାରୁ ମୃତ ଦେହ ଉଦ୍ଧାର |

ଫୋକସ ପ୍ଲସ 13/01/23(ରାୟଗଡ଼ା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଧୀନସ୍ଥ ଲକ୍ଷ୍ମୀପୁର ପଞ୍ଚାୟତ କୁମୁଡ଼ାପଦର ଗ୍ରାମ ନିକଟ ନଦୀ ବାଲି ପଟାରୁ ମୃତ ଦେହ ଉଦ୍ଧାର। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ଘଟିଥିବା ସୂଚନା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ଆମ୍ବାଦଳା ପୋଲିସ। ମୃତକ ଜଣଙ୍କ ହେଲେ ବିଭୀଷଣ ନୁଣ୍ଡୁରୁକା,ସୂଚନା ଅନୁଯାୟୀ ନୂଆ ବର୍ଷ ଦିନ ଗ୍ରାମବାସୀଙ୍କ ସହ ଭୋଜି ଖାଇବାକୁ ଯାଇ ଘରକୁ ଫେରି ନଥିଲେ ବିଭୀଷଣ। ଜାନୁୟାରୀ ୧ ତାରିଖରେ କୁମୁଡାପଦର ଗାଁ ଲୋକେ ମିଳିତ ଭାବେ ଗାଁ ନିକଟ ଜଙ୍ଗଲରେ ବଣଭୋଜିର ଆୟୋଜନ କରିଥିଲେ । ସନ୍ଧ୍ୟାରେ ସମସ୍ତେ ଫେରି ଯାଇଥିବା ବେଳେ ବିଭିଷଣ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଭିଷଣଙ୍କ ପତ୍ତା ମିଳିନଥିବା ବେଳେ ଗାଁ ଲୋକେ ବିଭିଷଣଙ୍କୁ ଖୋଜିବାରେ ସହାଯ୍ୟ ନକରିବାରୁ ବିଭିଷଣଙ୍କ ଶଡୁ ସନ୍ଧେହ କରି ଅନ୍ୟ ଲୋକଙ୍କ ସହାୟତାରେ ନଦୀ ବାଲିପଟାରେ ଖୋଜିବା ବେଳେ ଏକ ଦୁର୍ଦନ୍ଧ ବାରିପାରିବା ପରେ ଗତକାଲି ଅମ୍ବାଦଳା ଥାନାରେ ଜଣାଇବା ପରେ ଏସଡିପିଓଙ୍କ ସମେତ ଅମ୍ବାଦଳା ପୋଲିସ, ସାଇଣ୍ଟିଫିକ ଟିମ,ସନ୍ଧାନି କୁକୁର ଘଟଣାସ୍ଥଳରେ ପହଞ୍ଚି ବାଲିରେ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ କୋରାପୁଟ ମେଡିକାଲକୁ ପଠାଯାଇଥିବା ବେଳେ ଏହି ହତ୍ୟା ଘଟଣାରେ 5ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଏସ୍ଡିପିଓ।

Leave a Reply

Your email address will not be published. Required fields are marked *