ନବଜାତ ଶିଶୁ କନ୍ୟା ଉଦ୍ଧାର

ଫୋକସ ପ୍ଲସ(ଯାଜପୁର)୧୦/୦୮/୨୦୨୨: ଯାଜପୁର ଜିଲ୍ଲା ବଡଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା କଡ଼ାଇ ଓ ଖଇରା ଶୁନଶାନ୍ ରାସ୍ତା କଡ଼ରୁ ଏକ ବ୍ୟାଗ ଭିତରୁ ନବ ଯାତ ଶିଶୁ କନ୍ୟା ଉଦ୍ଧାର। ନବ ଯାତ ଶିଶୁ କନ୍ୟାଟି ବ୍ୟାଗ୍ ଭିତରେ କାନ୍ଦୁ ଥିବା ବେଳେ କିଛି ସ୍ଥାନୀୟ ଯୁବକ ସେହି ବ୍ୟାଗ୍ ଟିକୁ ଦେଖିବାକୁ ପାଇଥିଲେ I ଉକ୍ତ ବ୍ୟାଗକୁ ଆଣି ଦେଖିବାରେ ସେଥିରେ ଏକ ନବଜାତ ଶିଶୁ କନ୍ୟା ଥିବା ଦେଖି ବାକୁ ପାଇଥିଲେ I ପରେ ବଡଚଣା ପୋଲିସକୁ ସୂଚନା ଦେବା ସହ ବଡ଼ଚଣା ଗୋଷ୍ଟି। ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ନବଜାତକ କନ୍ୟାଟିର ଚିକିତ୍ସା କରା ଇ ଥିଲେ I ତେବେ ଉଦ୍ଧାର କରିଥିବା ଯୁବକ ମାନେ ଶିଶୁ କନ୍ୟାଟିର ଚିକିତ୍ସା କରି ଥିବା ବେଳେ ଘଟଣା ସ୍ଥଳରେ ପୋଲିସ କିମ୍ବା ଡାକ୍ତରଖାନା କତୃପକ୍ଷଙ୍କ ତରଫରୁ ଶିଶୁ କନ୍ୟାଟିକୁ ଶିଶୁ ସୁରକ୍ଷା ୟୁନିଟକୁ ସ୍ଥାନାନ୍ତର କରାଯାଇ ନ ଥିବା ସୂଚନା ମିଳିଛି I ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ହେଲ୍ପଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଂଚି ନ ଥିବା ଜଣା ପଡ଼ିଛି।

ବଡଚଣାରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *