ନବନିର୍ମିତ ବସୁଧା ଯୋଜନା ଫସର ଫାଟିଲା

ଫୋକସ ପ୍ଲସ (କଳାହାଣ୍ଡି) ୦୬/୦୭/୨୦୨୨: କଥାରେ ଅଛି ଜଳ ହିଁ ଜୀବନ। ସରକାର ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସହରାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନିୟ ଜଳ ଯୋଗାଇ ଦେବା ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ହେଲେ ଏହି ଯୋଜନା ଗୁଡିକର ସଫଳ ରୂପାୟନ ନେଇ କେତେକ ଯାଗାରେ ବଡ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ନିମ୍ନ ମାନର କାମ ଯୋଗୁଁ ପ୍ରକଳ୍ପ ଗୁଡ଼ିକ କେଉଁଠି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟରେ ଆସୁନଥିବା ବେଳେ ଅଚଳ ହୋଇ ପଡିରହୁଛି ତ କେଉଁଠି ନିର୍ମାଣ ପାଇଁ ଦୀର୍ଘ ଦିନ ଲାଗୁଛି ପୁଣି ଆଉ କେତେକ ଯାଗାରେ ଓଭର ହେଡ ଟାଙ୍କିରୁ ପାଣି ଝରିବା ଦେଖିବାକୁ ମିଳିଛି। ଆମେ କହୁଛୁ କର୍ଲାମୁଣ୍ତା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ସ୍ଥିତ ରେଗଡା ଗାଁର ନଦୀ କୁଳରେ ତିଆରି ହୋଇଥିବା ନବନିର୍ମିତ ପାଣି ଟାଙ୍କିର କଥା। ଏହି ନବନିର୍ମିତ ଓଭର ହେଡ ପାଣିଟାଙ୍କିରୁ ପାଣି ଝରିବା ଦୃଶ୍ୟ ଦେଖିବାକୁ ମିଳିଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ନବନିର୍ମିତ ବସୁଧା ପ୍ରକଳ୍ପ ରୁ ପାଣି ଝରୁଛି ବୋଲି ଅନୁମାନ କରାଯାଉଛି। ସୁଚନା ଫଳକ ବୋର୍ଡ ତିଆରି କରାଯାଇଛି ସତ ହେଲେ ସେହି ବୋର୍ଡ ରେ କିଛି ଲେଖା ହୋଇନଥିବାରୁ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କର୍ଲାମୁଣ୍ତା ରୁ ଧନୁର୍ଯ୍ୟ ସାହୁ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *