ନବବଧୂ ହତ୍ୟା ଅଭିଯୋଗ

ଫୋକସ ପ୍ଲସ (ଧର୍ମଶାଳା):ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ପଂଚାୟତ ରେ ଘଟିଛି ଏକ ଅଭାବନୀୟ ଘଟଣା l ପଂଚାୟତ ର ପ୍ରଫୁଲ୍ଲ ସାହୁ ଙ୍କ ପୁଅ ପ୍ରଭାକର ଗତ ଜୁଲାଇ ସାତ ତାରିଖ ରେ ବୈଦିକ ରୀତିନୀତି ରେ ଯାନୀ ଯୌତୁକ ନେଇ ପଟୁନିଆ ଗ୍ରାମର ଜଗବନ୍ଧୁ ସାହୁ ଙ୍କ ସାନ ଝିଅ କବିତା (23)କୁ ବିବାହ କରିଥିଲା l ଗତ କାଲି ବିଳମ୍ବିତ ରାତିରେ ଶାଶୁ ଓ ବହୁଙ୍କ ମଧ୍ୟରେ ହୋଇଥିଲା ବଚସା, ମାତ୍ର କିଛି ସମୟ ପରେ ଗ୍ରାମବାସୀଙ୍କୁ ଡାକିଥିଲେ ଶାଶୁ, ସ୍ଥାନୀୟ ଲୋକେ ପହଞ୍ଚିଲା ବେଳକୁ ଘରର କବାଟ ଭିତର ପଟରୁ ବନ୍ଦ ଥିଲା | ଓ କବାଟ ଭାଙ୍ଗି ଦେଖିଲା ବେଳକୁ କବିତାଙ୍କ ଶରୀର ଏକ ପଙ୍ଖାରେ ଝୁଲୁଥିବା ଦେଖିଥିଲେ ସଂଗେ ସଂଗେ ଧର୍ମଶାଳା ମେଡିକାଲକୁ କବିତାଙ୍କୁ ଆଣିବା ପରେ ସେଠାରେ ଡକ୍ଟର ମୃତ ବୋଲି ଘୋଷଣା କରିଥିଲେ, କିନ୍ତୁ ଅନ୍ୟପଟେ କବିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି, ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି କବିତାଙ୍କ ସମ୍ପର୍କୀୟଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ଶହ ଦିବାକର ଲେଙ୍କା

 

ଧର୍ମଶାଳା, ଯାଜପୁରରୁ ପ୍ରମୋଦ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *