କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର‌ଗ୍ରହଣ

ଫୋକସ ପ୍ଲସ 30/10/22(ବ୍ୟୁରୋ): ଚଳିତବର୍ଷ ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର‌ଗ୍ରହଣ। ଏହି ଦିନ କେଉଁ ସମୟରେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ, ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଚୂଡ଼ାନ୍ତ ନୀତିକାନ୍ତିରେ ଉଲ୍ଲେଖ କରିଥିବା ବେଳେ ଜ୍ୟୋତିର୍ବିଦ୍‌ମାନେ ସୂ‌ର୍ଯ୍ୟୋଦୟଠୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏହି ବିବାଦ ମୁଣ୍ଡ ଟେକିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜ ତ୍ରୁଟି ସୁଧାରିବାକୁ ଯାଉଛି। ଚୂଡ଼ାନ୍ତ ନୀତିକାନ୍ତି ସମୟରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏ ଉପରେ ବିସ୍ତୃତ ଆଲୋଚନା ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକ ଡକାଯାଉଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଏତେବଡ଼ ଭୁଲକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Leave a Reply

Your email address will not be published. Required fields are marked *