ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

 

ଫୋକସ ପ୍ଲସ(ଗଜପତି)୨୯/୦୭/ ୨୦୨୨: ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ନର୍ସିଂ କଲେଜ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ର ପ୍ରଥମ ବର୍ଷ ର ଛାତ୍ରୀ ଅଖିଳା ବେହେରା ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ର ବୋଲି ଜଣାଯାଏ। ଆଜି ସକାଳୁ ଶ୍ରେଣୀ ଗୃହର କବାଟ ଖୋଲିବା ପରେ ତାଙ୍କ ମୃତ ଦେହ ଶିଲଂ ରଡ୍ ରେ ଝୁଲି ରହିଥିବା ଷ୍ଟାଫ୍ ମାନେ ଦେଖି ପୋଲିସ ଓ ଉଚ୍ଚ କତ୍ରୁପକ୍ଷ ଙ୍କୁ ଜଣାଇଥିଲେ। ବର୍ତ୍ତମାନ ସାଇଣ୍ଟିଫିକ ଟିମ୍ ପହଞ୍ଚିଛନ୍ତି ପରେ ଶବ ବ୍ୟବଚ୍ଛେଦ କୁ ପଠାଯିବ ବୋଲି କଲେଜ ସୂତ୍ରରୁ ପ୍ରକାଶ।

ଗଜପତି ପାରଳାଖେମୁଣ୍ଡି ରାଣୀପେଣ୍ଟ ନିକଟସ୍ଥ ଗଜପତି ନର୍ସିଂ କଲେଜ ପ୍ରଥମ ବର୍ଷର ଛାତ୍ରୀ ଅଖିଲାର ମୃତ୍ୟୁ, କ୍ଳାସ ରୁମରୁ ଝୁଲନ୍ତା ଅବସ୍ଥାରେ ରହିଛି ମୃତ୍ୟୁ ଦେହ , ହତ୍ୟା ଅଭିଯୋଗ ଆଣିଲେ ମୃତ୍ୟୁ ଛାତ୍ରୀର ବାପା, କଲେଜରେ ନିର୍ଯାତନା ଦିଆଉଥିବା କହିଲେ ସହପାଠୀ, ଖବର ପାଇ ପୋଲିସ ସାଇଣ୍ଟଭିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ସକାଳୁ ସକାଳୁ ସହପାଠୀ ମାନେ ଅଖିଲାକୁ ନିଜ ରୁମରେ ନପାଇ ହଷ୍ଟେଲ ସାରା ଖୋଜାଖୋଜି କରିବା ସମୟରେ ହଠାତ୍ ଷ୍ଟଡି ରୁମରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଜଣେ ଛାତ୍ରୀ ,ସେ ଅନ୍ୟ ମାନଙ୍କୁ ଜଣାଇବା ସହ ଛାତ୍ରୀ ମାନେ କଲେଜ କର୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ। କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କଲେଜ କତ୍ରୁପକ୍ଷ ସହ ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଚ୍ୟୁତାନନ୍ଦ ଜାନୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

ମୃତ ଛାତ୍ରୀଙ୍କ ଘର ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବନ୍ଦର ଗାଁ ର ହୋଇଥିବା ବେଳେ ଖବର ପାଇ ତାଙ୍କ ବଡ ଭଉଣୀ ଓ ବାପା କଲେଜରେ ପହଞ୍ଚି ସ୍ଥିତିକୁ ଦେଖିଲା ପରେ ତାଙ୍କ ଝୀଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କଲେ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ସହପାଠୀଙ୍କ ବୟାନ ସନ୍ଦେହକୁ ଅଧିକ ଦୃଢିଭୁତ କରିଛି ଏବଂ ନିର୍ଯାତନା ଦିଆଉଥିବା କଥାକୁ ସ୍ବୀକାର କରିଛନ୍ତି ସହପାଠୀ । ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ପୋଲିସର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାକୁ ହିଁ ଅପେକ୍ଷା ।ରାତି 12ରୁ ସକାଳ ଆଠ ପର୍ଯ୍ୟନ୍ତ ସିସିଟିଭି ଫୁଟେଜ ନଥିବାରୁ, କର୍ତ୍ତୃପକ୍ଷ ଡିଲିଟ କରିଥିବା ଅଭିଯୋଗ ଆଣି ମୃତ ଶରୀରକୁ ଅଟକାଇ ରଖିଲେ ପରିବାର ଲୋକେ। ଅନ୍ୟାନ୍ୟ ସବୁ ଫୁଟେଜ ଥିବା ବେଳେ ଘଟଣା ସମୟର ଫୁଟେଜ ଗଲା କୁଆଡେ ବୋଲି କଲେଜ କର୍ତୃପକ୍ଷଙ୍କ ଉପରେ ସନ୍ଦେହ କରିଛନ୍ତି ପରିବାର ଲୋକେ।ବର୍ତ୍ତମାନ ସୁଦ୍ଧା ଶବ ରଖି ବିରୋଧ ପ୍ରଦର୍ଶନ କରୁଛନ୍ତି ପରିବାର। ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡି ରୁ ପ୍ରେମାନନ୍ଦ ପଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *