ନଳକୂଅ ଅଚଳ ମରାମତି ପାଇଁ ଚକବନ୍ଦୀ ପଡା ବାସୀ ଙ୍କ ଦାବି ।

 

ଫୋକସ ପ୍ଲସ( ଥୁଆମୂଳ ରାମପୁର) ୭/୪:     କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର      ଗ୍ରାମପଞ୍ଚାୟତ ଅଧିନସ୍ଥ ଡ଼ାକ କୋଟା ଗ୍ରାମ ର ଚକବନ୍ଦି ପଡା ଠାରେ ଆଜି କୁ ପ୍ରାୟ ଅନେକ ଦିନ ବିତିଗଲାଣି ଏକ ନଳକୂଅ ଅଚଳ ଅବସ୍ଥାରେ ପଡ଼ିରହିଛି । ଯାହାଫଳରେ ପଡ଼ା ବାସୀ ପାନୀୟଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ପଡ଼ା ବାସୀ । ଏହି ପଡ଼ାରେ ୩ ଟି ନଳକୂଅ ଥିବା ବେଳେ ଗୋଟିଏ ନଳକୂପ ଅଚଳ ଅବସ୍ଥାରେ ପଡ଼ିରହିଥିବା ହେତୁ ୨ ଟି ନଳକୂଅ ଉପରେ ନିର୍ଭର କରୁଛନ୍ତି ପଡା ବାସୀ। ୩୦/୪୦ ପରିବାର ଏହି ୨ଟି ନଳକୂଅ ଉପରେ ଭରସା କରୁଥିବା ବେଳେ ପାନୀୟଜଳ ଅଣ୍ଟୁ ନ ଥିବା ପ୍ରକାଶ କରିଛନ୍ତି ଚକବନ୍ଦୀ ପଡା ବାସୀ ଦିନ କୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ପାଣି ପାଇଁ ଡୋହକ ବିକଳ ହେଲେଣି ଲୋକେ ଏଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଏହି ଅଚଳ ଅବସ୍ଥାରେ ପଡ଼ିରହିଥିବା ନଳକୂଅ ଟିକୁ ମରାମତି କରିବା ପାଇଁ ଏହି ପଡାର ସାନତନ ମାଝୀ, ଶ୍ରୀକୃଷ୍ଣଗଉଡ, ଭରତ ଗଉଡ, ମନଧରଗଉଡ, ବାସୁଦେବଗଉଡ, ରୁପାସିଂମାଝୀ,ଙ୍କ ସମେତ ପଡ଼ା ବାସୀ ଦାବି ହେଉଛି ।
ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ   ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *