ନାବାଳକ ନିଖୋଜ, ଉତ୍ତେଜନା ସହ ରାସ୍ତା ଅବରୋଧ

ଫୋକସ ପ୍ଲସ ୨/୬/୨୨(କାଲିମେଳା): ମାଲକାନଗିରି ଜିଲ୍ଲା ଏମଭି- ୭୯ ଥାନା ଅନ୍ତର୍ଗତ ଏମଭି- ୭୨ ଗ୍ରାମରେ ଜଣେ ନାବାଳକ କୁ ଅପହରଣ କୁ କେନ୍ଦ୍ରକରି ମୋଟୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ଏମ ଭି ୭୫ ଗ୍ରାମବାସି l ଯାହାଫଳରେ କେତେକ ଯାନବାହାନ ଅଟକି ରହିଥିବା ବେଳେ ଆଉ କେତେକ ଯାନବାହାନ ଲିଙ୍କ୍ ରାସ୍ତା ଦେଇ ଗମନାଗମନ କରିଥିଲା। ତେବେ ଘଟଣାରୁ ଜଣାପଡିଛି ଯେ ଏମ୍ ଭି- ୭୨ଗ୍ରାମର ଜଣେ ଯୁବତୀଙ୍କ ସହ ଏମ୍ ଭି- ୭୫ ଗ୍ରାମର ତେଯେନ ମଣ୍ଡଳଙ୍କ ପୁଅର ପ୍ରେମ ସମ୍ପର୍କ ଥିଲା । ତେବେ ଦୀର୍ଘସମୟ ଧରି ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲ ପାଉଥିବା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଯୁବତୀଙ୍କ ସହ ସାକ୍ଷାତ କରିବା ପାଇଁ ଏମ୍ ଭି- ୭୨ ଗ୍ରାମକୁ ଯାଇଥିଲା । ଏହାପରେ ଉକ୍ତ ଯୁବକ ଜଣକ ନିଜ ଗାଁକୁ ଫେରିନଥିବାରୁ ତାଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। କିନ୍ତୁ ତାଙ୍କୁ ପାଇ ନଥିବା ବେଳେ ସେ ଏମ୍ ଭି- ୭୨ ଗ୍ରାମକୁ ରାତିରେ ଯାଇଥିବା ପରିବାର ଲୋକେ ସୂଚନା ପାଇଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ରାତିରେ ଏମ୍ ଭି- ୭୨ ଗ୍ରାମକୁ ଯାଇ ପଚରା ଉଚରା କରିବାରୁ ଯୁବକ ଜଣଙ୍କ ସେଠାକୁ ଆସିଥିବା ଏବଂ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା କୌଣସି ସୁତରୁ ଜାଣିପାରିଥିଲେ । ତେବେ ଯୁବକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଯୁବକଙ୍କ ନିଖୋଜକୁ ନେଇ ଉତ୍ତେଜିତ ହୋଇ ଯୁବତୀଙ୍କ ଘର ଲୋକଙ୍କ ଉପରେ ଦୋଷାରୋପ କରି ରାସ୍ତାରେ ନିଆଁ ଲଗାଇ ଅବରୋଧ କରିଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ଏନେଇ ମୁହଁ ଖୋଲୁ ନଥିବା ସହ ତାଙ୍କ ପିତା କେଉଁ ଆଡେ ଚାଲି ଯାଇଥିବା ଜଣାପଡିଛି । ଖବର ପାଇ ଏମ୍ ଭି- ୭୯ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଏବଂ ଆଜି ସକାଳେ ଘଟଣା ସ୍ଥଳରେ ମୋଟୁ, ଏମ୍ ଭି-୭୯ ଓ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ପୁଲିସର ତଦନ୍ତ ପରେ ସମ୍ପୂର୍ଣ ଘଟଣା ଟି ସ୍ପଷ୍ଟ ଜଣାପଡିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *