ନାବାଳିକା କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଫୋକସ ପ୍ଲସ ୭/୬/୨୨(ନିମାପଡା):ଜୈନିକା ନାବାଳିକା ଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ନିମାପଡା ଥାନା ପୋଲିସ ତେରୁଣ୍ଡିଆ ଗ୍ରାମ ର ସନ୍ତୋଷ ଭୋଇ(୧୯) ନାମକ ଯୁବକ କୁ ଗିରଫ କରି ଆଜି କୋର୍ଟ କୁ ଚାଲାଣ କରିଛି। ଏ ସଂକ୍ରାନ୍ତ ରେ ଦଫା ୩୭୬/୨୯୪/୫୦୬/୫୦୯/ ୬ ପସ୍କୋ ଆଇନ ରେ ଏକ ମାମଲା (କେଶ ନମ୍ୱର ୧୮୫/୨୨)ରୁଜୁ ହୋଇଥିବା କହିଛନ୍ତି ନିମାପଡା ଥାନା ଆଇ ଆଇ ସି ଶଙ୍କର୍ଷଣ ଦଳାଇ। ଅଭିଯୋଗ ହୋଇଛି ଯେ, ଗତକାଲି ପ୍ରତ୍ୟୁଷ ରେ ନାବାଳିକା ଜଣକ ଫୁଲ ତୋଳିବାକୁ ବାହାରକୁ ଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଉକ୍ତ ନାବାଳିକା କୁ ଟେକିନେଇ ଗାଁ ଦଣ୍ଡା ଠାରେ ଜୋର ଜବରଦସ୍ତ ବଳାତ୍କାର କରିଥିଲା। ଏ ସଂପର୍କ ରେ ନାବାଳିକା ଜଣକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଉଭୟ ଙ୍କୁ ଗତକାଲି ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡାକ୍ତରୀ ମାଇନା କରିବା ପରେ ଆଜି ଅଭିଯୁକ୍ତ ଯୁବକ କୁ ଗିରଫ କରି ପୁରୀ ଜିଲ୍ଲା ସ୍ଵତନ୍ତ୍ର କୋର୍ଟ କୁ ଚାଲାଣ କରାଯାଇଛି। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *