ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୨୭/୦୮/୨୦୨୨: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ପୁଣି ଆସିଲା ଲଜ୍ଜା ଜନକ ଅଭାବନୀୟ ଘଟଣାର ଚିତ୍ର l ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ବଳତ୍କାର କରି ଗର୍ଭବତୀ କଲା ୬୫ ବର୍ଷର ଅଜା l ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତ ର କୈଳାସ ମଲ୍ଲିକଙ୍କ ୧୬ ବର୍ଷର ମା ଛେଉଣ୍ଡ ଝିଅ ଛଦ୍ମନାମ ମୟୁର କୁ ସେହି ଗ୍ରାମର ପଡୋଶୀ ରାଜୀବ ମଲ୍ଲିକ (ଛୋଟା)୬୫ ବର୍ଷୀୟ ଜଣେ ବୃଦ୍ଧ ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲେ।ଏବଂ କାହାକୁ ନଜଣାଇବାକୁ ଧମକ ଚମକ ଦେଇଥିଲେ। ଝିଅର ଶରୀର ପରିବର୍ତ୍ତନ କୁ ଲକ୍ଷ କରି କୈଳାଶଙ୍କ ମା ଓ ଭାଇବୋହୁ ଝିଅକୁ ପଚାରିବାରୁ ଝିଅ ସବୁ ସତକଥା ମାନିଥିଲା ଓ ଡାକ୍ତର ଙ୍କ ପରାମର୍ସ କ୍ରମେ ଅଲ୍ଟ୍ରାସାଉଣ୍ଡ ରେ ସାତମାସ ର ଗର୍ଭବତୀ ବୋଲି ଜଣା ପଡିବା ପରେ ପୁରା ପରିବାର ଲୋକ ହତବାକ ହୋଇଯାଇଥିଲେ । ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଘର ଛାଡ଼ି ପଳାଇଛନ୍ତି ।ଏ ନେଇ କୈଳାସ ଆଳି ଥାନାରେ ଲିଖିତ ଅଭିଯୋଗ କ୍ରମେ କେଶ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ 2(N) ପୋସ୍କୋ ଅନୁସାରେ କେଶ ରୁଜୁ ହେବା ସହ ଖୁବ ଶୀଘ୍ର ଦୋଷୀକୁ ଦଣ୍ଡାଦେଶ ଦେବାକୁ ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରତିକ୍ରିୟା ରଖିଛନ୍ତି |
ଆଳି ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |