ନାମ ଗାଏବ ଅଭିଯୋଗ ଆଣିଲେ ହିତାଧିକାରୀ

ଫୋକସ ପ୍ଲସ 27/5/22(କର୍ଲାମୁଣ୍ଡା): ୧. SCC ଲିଷ୍ଟରୁ କେମିତି କଟିଲା ହିତାଧିକାରୀ ମାନଙ୍କ ନାମ।
୨. କିଏ କାଟିଲା ଓ କ’ଣ ପାଇଁ ନାମ କଟାଗଲା।
୨. ପୁରୁଣା ଲୋକଙ୍କ ନାଁ କାଟି କିଏ ନୁଆଁ ହିତାଧିକାରୀ ଙ୍କ ନାମ ଲିଷ୍ଟ ରେ ଯୋଡିଲା।
୩. ନାଁ କାଟିବାରେ କାହାର ହାତ ଅଛି, ବ୍ଲକ ପ୍ରଶାସନ ର ନାଁ ନେତା ମନ୍ତ୍ରୀ ଙ୍କର।
୪. ଏହି ବିଷୟରେ ପଚାରିଗଲେ କର୍ଲାମୁଣ୍ତା ବ୍ଲକ ବିଡ଼ିଓ ମେଡମ ଙ୍କ ଓଲଟା ପ୍ରଶ୍ନ।
୫. କାହା ସାହାସରେ ବିଡ଼ିଓ ମେଡମ ଙ୍କ ଏଭଳି ବ୍ୟବହାର କରୁଛନ୍ତି ଗରିବ ହିତାଧିକାରୀ ମାନଙ୍କୁ।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ପ୍ରତି ପଞ୍ଚାୟତ ରେ ଥିବା ଚଳିତ ୨୦୨୧ ମସିହାରେ ତିଆରି କରିଥିବା SCC ଲିଷ୍ଟ ରେ ଯେଉଁମାନଙ୍କର ନାମ ଥିଲା ସେମାନଙ୍କ ନାମ କଟି ଯାଇଥିବାରୁ କର୍ଲାମୁଣ୍ତା ବ୍ଲକ ର ଥିବା ୧୨ ଗୋଟି ଗ୍ରାମ ପଞ୍ଚାୟତ ର ଅନେକ ହିତାଧିକାରୀ ମାନେ ଆସି ପ୍ରଥମେ BPC ବ୍ଲକ ପ୍ରୋଜେକ୍ଟ କୋଡିନେଟର ଭୋଲାନାଥ ଦାସ କୁ ପଚାରିଥିଲେ। BPC ଭୋଲାନାଥ ଦାସ ମୁଁ କୈାଣସି ଲୋକର SCC ଲିଷ୍ଟ ରୁ ନାଁ କାଟି ନାହିଁ ତୁମେମାନେ ବିଡ଼ିଓ ମେଡମ ଙ୍କୁ ପଚାର ବୋଲି କହିଥିଲେ ତାଙ୍କ କଥା ମାନି ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା ମେଡମ କୁ ପଚାରିବାରୁ ତମେ ଆମକୁ ଏପ୍ଲିକେସନ ଦିଅ, ମୁଁ ତୁମ ମାନଙ୍କ ନାମ କାଟିନି ଉପରକୁ ଯାଅ ବୋଲି କହିବାରୁ ହିତାଧିକାରୀ ମାନେ ନିରାଶରେ ଘରକୁ ଫେରିଯାଇଥିଲେ, ପରେ ଆମ ପ୍ରତିନିଧି ଯାଇ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା ମେଡମ କୁ ପଚାରି ଭିଡିଓ ଉତ୍ତୋଳନ କରିବା ସମୟରେ ମୁଁ କିଛି କହିପାରିବି ନାହିଁ, ତୁମେ କାହିଁକି ଭିଡିଓ କରୁଛ, ତାଙ୍କ ମୋବାଇଲ ଘିଚ କାହା ପରମିସନରେ ଭିଡିଓ ଉତ୍ତୋଳନ କରୁଛ ବୋଲି କହିଥିଲେ। ଜଣେ OAS ଅଫିସର କର୍ଲାମୁଣ୍ତା ବ୍ଲକ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା ମେଡମ ଦିର୍ଘ ଦିନରୁ ଗୋଟିଏ ଚେୟାର ବସିବା ସହ ତାଙ୍କର ଏଭଳି ମନ୍ତବ୍ୟକୁ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

କର୍ଲାମୁଣ୍ଡା ବ୍ଲକ ରୁ ଧନୁର୍ଯ୍ୟ ସାହୁ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *