ନାରୀ ନିର୍ଯାତନା, ଆନ୍ଦୋଳନ କଲେ ମହିଳା

ଫୋକସ ପ୍ଲସ(କାକଟପୁର)୨୫/୦୮/୨୦୨୨: ପରକୀୟା ପ୍ରୀତି ଆଇନଗତ ଅପରାଧ ନୁହେ , ଏହା ବୈଧ ବୋଲି ଯେବେ ଠାରୁ କେନ୍ଦ୍ର ସରକାରଙ୍କ ଠାରୁ ମଞ୍ଜୁରୀ ମିଳିଛି, ସେବେଠାରୁ, ନାରୀ ନିର୍ଯାତନା ଅତ୍ୟାଚାର ଅପରାଧ କହିବାକୁ ଗଲେ ବାସ୍ତବିକରେ ବଢି ଯାଇଛି | କାକଟପୁର ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ କିଛି ଗ୍ରାମରୁ ଆସିଛି ଶତାଧିକ ମହିଳାଙ୍କ ସାଙ୍ଘାତିକ ଅଭିଯୋଗ |ପ୍ରଥମ ସ୍ତ୍ରୀ କୁ ଅତ୍ୟାଚାର ନିର୍ଯାତନା ଦେବା ସହ, ଘରୁ ବାହାର କରିଦେଇ , ସ୍ୱାମୀ ଅନ୍ୟତ୍ର ଜାଗାରେ ପଇସା ଗାଡି ଆଉ ଶରୀର ସୁଖ ପାଇଁ ଏକ ରୁ ଅଧିକ ମହିଳାଙ୍କ ସହ ରଖୁଛନ୍ତି ସମ୍ପର୍କ | ପୁଅ ମାନଙ୍କ ଏପରି ଭୁଲ କାମକୁ ପ୍ରଶୟ ଦେଉଛନ୍ତି ପୁଅର ବାପା ମା | ଶାଶୁ ଶଶୁର ବୋହୁ କୁ ଡରାଇ ଧମକାଇ ମାଡ଼ ମାରି , ଗରମ ପାଣି ପକାଇ ଘରୁ କରିଦେଉଛନ୍ତି ବାହାର | ନିର୍ଯାତିତ ମହିଳାଙ୍କୁ ନ୍ୟାୟ ଦେବା ଦାବିରେ ଶତାଧିକ ମହିଳା ଏକାଠି ହୋଇ ଆନ୍ଦୋଳନ କରିବା ସହ କାକଟପୁର ଥାନାର ଦ୍ୱାରସ୍ଥ ହୋଇ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି | ଅନେକ ମହିଳାଙ୍କ ସ୍ୱାମୀ ବାହାରେ ଚାକିରୀ କରି ଗୋଟେ ପରେ ଗୋଟେ ଝିଅ ଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ହୋଇ ଛାଡି ଦେଉଛନ୍ତି | ନାରୀ ଙ୍କୁ ସଂମାନ, ସୁରକ୍ଷା ର ନାରା ଦେଉଥିବା ସରକାରଙ୍କ ପ୍ରକୃତ ଚେହେରା ଜଣା ପଡୁଛି |

କାକଟପୁର ରୁ ଚିନ୍ମୟ କୁମାର ପୋଲେଇ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *