ନାରୀ ସଶକ୍ତିକରଣକୁ ଗୁରୁତ୍ୱ, ଓଡ଼ିଶା ସରକାରଙ୍କ ବୟନଓ ହସ୍ତତନ୍ତ

ଫୋକସ ପ୍ଲସ( ଗାଇସିଲଟେ)04/08/2022: ହସ୍ତଶିଳ୍ପ ରିତା ସାହୁଙ୍କ ଦ୍ୱାରା 128ଟି ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ କାର୍ଡ ବଣ୍ଟନ ,ନୂତନ 73ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ପ୍ରଦାନ ସହ 50ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 32ଲକ୍ଷ 50ହଜାର ପ୍ରଦାନ ବେଳେ ମହିଳା ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆଜି ଗାଇସିଲଟେ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ,ଆର୍ଥିକ ସୁରକ୍ଷା ଏବଂ ନାରୀ ସଶକ୍ତିକରଣ ପଥେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ବୟନ ଓ ହସ୍ତତନ୍ତ-ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁଙ୍କ ଦ୍ୱାରା 128ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବା ସହ 73ହିତାଧିକାରୀଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ବଣ୍ଟନ କରାଯିବା ସହ 50ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଗୋଷ୍ଠୀ ବିନିଯୋଗ ପାଣ୍ଠି ମାଧ୍ୟମରେ 32,50,000ଟଙ୍କା ବଣ୍ଟନ କରାଯାଇଛି ।ତେବେ ଗାଇସିଲେଟ ବ୍ଲକରେ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଯୋଜନା ଗୁଡିକୁ କିପରି ସଠିକ ରୂପାୟନ କରାଯିବା ସହ ନାରୀ ସଶକ୍ତିକରଣ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ SHG ମହିଳା, ଅନ୍ୟାନ୍ୟ ହିତାଧିକାରୀ ତଥା ସ୍ଥାନୀୟ ବାସିନ୍ଦା କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଗାଇସିଲଟେ ରୁ ଶ୍ୟାମ ସୁନ୍ଦର ସୁନା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *