ନାଳ ପାଣିରେ ଶୋଷ ମେଣ୍ଟାଇ ଆସୁଛନ୍ତି ଗ୍ରାମବାସୀ।

ଫୋକସ ପ୍ଲସ 24/2/23(ଦଶମନ୍ତପୁର): ଖରା ଯେତିକି ବଢୁଛି, ପାନୀୟ ଜଳ ସମସ୍ୟା ମଧ୍ୟ ତା ଠାରୁ ଅଧିକ ଦେଖିବାକୁ ମିଳୁଛି। ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଘୁରି ବୁଲୁଛନ୍ତି ମହିଳା ମାନେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଯୋଡା ପୁଟ ଗାଁ ରେ, ଗାଁ ରେ ୪୫ ପରିବାର ଆଦିବାସୀ ସଂପ୍ରଦାୟର ଲୋକ ମାନେ ବସବାସ କରନ୍ତି। ଜନ ସଂଖ୍ୟା ୨୦୦ ହେବେ। ହେଲେ ପରିତାପର ବିଷୟ ଯେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମ ବାସୀ ଝରଣା ପାଣିରେ ଶୋଷ ମେଣ୍ଟାଇ ଆସୁଛନ୍ତି ।

ସୂଚନା ମୁତାବକ ଦିର୍ଘ ବର୍ଷ ତଳେ ଗୋଟିଏ ନଳକୂଅ ଗାଁରେ ରହିଥିଲା । ତାହା ଅଚଳ ହୋଇ ପ୍ରାୟ ୧୦ ବର୍ଷ ହେବ ମରାମତିର ନାଁ ଧରୁନି ପ୍ରଶାସନ। ବାରମ୍ବାର ପଞ୍ଚାୟତର ସରପଞ୍ଚ, ଠାରୁ ଆରମ୍ଭ କରି ଜଳ ଓ ପରିମଳ ମିଶନ ଏବଂ ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ। ହେଲେ କୈାଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗାଁ ନିକଟସ୍ଥ ଦୂଷିତ ଝରଣା ପାଣିକୁ ସଂଗ୍ରହ କରି ବର୍ଷ ତମାମ ଶୋଷ ମେଣ୍ଟାଇ ଆସୁଥିବା କୁହାଯାଇଛି। ଯାହା ଦ୍ଵାରା ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। କେବଳ ସେତିକି ନୁହେଁ ଗ୍ରାମବାସୀ ନୁହେଁ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ପାଣିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଖାଉ ଥିବା କୁହାଯାଇଛି। ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ନୂତନ ନଳକୂଅ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *