ଫୋକସ ପ୍ଲସ 13/01/23(ବ୍ୟୁରୋ):ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ପ୍ରଥମ ଥର ପାଇଁ ଏକ୍ସୋପ୍ଲାନେଟ୍ ଅର୍ଥାତ୍ ସୌର ପ୍ରଣାଳୀ ବାହାରେ ଆଉ ଏକ ଗ୍ରହ ଠାବ କରିଛି । ଏଠାରେ ମାନବ ବସବାସ କରିପାରିବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |ମହାକାଶ ଜଗତରେ ନୂଆ ନୂଆ ଗବେଷଣା କରିଆସୁଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା |ଏହି କ୍ରମରେ ମହାକାଶ ଗବେଷଣା କ୍ଷେତ୍ରରେ ନାସାକୁ ମିଳିଛି ବଡ ସଫଳତା |ନାସାର ବୈଜ୍ଞାନିକ ମାନେ ପ୍ରଥମଥର ଜେମ୍ସ ୱେବ ଟେଲିସ୍କୋପ ବ୍ୟବହାର କରି ସୌର ମଣ୍ଡଲ ବାହାରେ ଏକ ନୂଆ ଗ୍ରହର ସନ୍ଧାନ ପାଇଛନ୍ତି |ଏହା ଏପରି ଏକ ଗ୍ରହ ଯିଏ ଅନ୍ୟ ନକ୍ଷତ୍ର ମାନଙ୍କ ଚାରିପଟେ ପରିକ୍ରମା କରୁଛି |ଏହି ଟେଲିସ୍କୋପ ପ୍ରଥମଥର ପାଇଁ ସୌର ପ୍ରଣାଳୀ ବାହାରେ ଏକ ଗ୍ରହ ଠାବ କରିଛି |ସୌର ପ୍ରଣାଳୀ ବାହାରେ ଅବସ୍ଥିତ ଏହି ଗ୍ରହକୁ LHS 475 bକୁହାଯାଉଛି |ସବୁଠୁ ବଡ କଥା ହେଉଛି ଏହା ଅବିକଳ ଆମ ପୃଥିବୀ ଭଳି ଦେଖା ଯାଉଛି |LHS 475 b ଅକ୍ଟୋନ୍ସ ତାରା ମଣ୍ଡଳରେ ପୃଥିବୀ ଠାରୁ ୪୧ ଆଲୋକ ବର୍ଷ ଦୂରରେ ଅବସ୍ଥିତ |ନାସାର ଟ୍ରାଞ୍ଜିଟିଂ ଏକ୍ସପ୍ଲାନେଟ ସର୍ଭେ ସାଟେଲାଇଟ କିମ୍ବା TESSର ତଥ୍ୟକୁ ଦେଖିଲେ ଏହା ଏକ ଗ୍ରହ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି |ତେବେ ନାସାର ଏହି ଠାବକୁ ନେଇ ବୈଜ୍ଞାନିକ ମାନେ ସନ୍ଦେହ ଘେରରେ ଅଛନ୍ତି ଏବଂ ଏହା ବିଷୟରେ ଅନେକ ତଥ୍ୟ ପାଇବା ଲାଗି ଗବେଷଣା ମଧ୍ୟ ଜାରି ରଖିଛନ୍ତି |