ଫୋକସ ପ୍ଲସ (ଲାଞ୍ଜିଗଡ)୧୫/୦୭/୨୦୨୨: ଉଭୟ ରାଜ୍ୟଓ କେନ୍ଦ୍ରସରକାର ଗରିବ ନିରୀହ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଛି ସତ କିନ୍ତୁ ଏବେ ବି ପହଞ୍ଚି ପାରୁନି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଯୋଜନା ଆମେ କହୁଛୁ |
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ଏକ ଆଦିବାସୀ ଗାଁ ନେତ୍ରେଇ । ୨୫ ଟି ପରିବାର ରହୁଥିବା ୧୦୦ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି ।ପଞ୍ଚାୟତ ମୁଖ୍ୟାଳୟ ଠାରୁ ୭ କିମି ଦୂରରେ ଥିବା ବେଳେ ଶିକ୍ଷା, ପାନୀୟଜଳ, ବିଜୁଳି ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହିଗାଁ।ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉପହାସ କରୁଛି ଏହି ଗାଁ। ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ, ବିଜୁଳି ଓ ଶିକ୍ଷା।
ଆଜିକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଗ୍ରାମରେ ୧ ଗୋଟି ନଳକୂପ ଅଛି। ଗୋଟିଏରେ ମାତ୍ର ୧୫ ରୁ ୨୦ମିନିଟ ପର୍ଯ୍ୟନ୍ତ କମ ପରିମାଣରେ ପାଣି ବାହାରିବା ପରେ ଗୁଳିଆ ପାଣି ବାହାରୁଛି!ତେଣୁ ଗ୍ରାମ ନିକଟସ୍ଥ ଜମି ତଟ ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି।ବର୍ଷା ଦିନେ ପାଣି ଗୁଳିଆ ହେଉଥିବା ବେଳେ ଖରା ଦିନେ ଝରଣା ପାଣି ସୁଖୀ ଯାଉଛି। ଝରଣାରେ ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏମାନଙ୍କ ଶରୀରରେ ରୋଗ ଘରକରି ରହିଛି।ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ପରେ ମଧ୍ୟ୍ୟ ପ୍ରତିଶୃତି ଛାଡ଼ ମିଳିନି କିଛି କିନ୍ତୁ ଦୁଃଖର ବିଷୟ ବସୁଧା ପ୍ରକଳ୍ପ ସୂଚନା ଫଳକ ଲାଗିଛି କିନ୍ତୁ ଗୋଟିଏ ଡିପ ବରୱଲ ମଧ୍ୟ୍ୟ ଏବେ ଯାଏଁ ଖୋଳା ଯାଇନାଇଁ।
ଗାଁରେ ବିଜୁଳି ସଂଯୋଗ ପାଇଁ ୫ବର୍ଷ ହେଲା ଟ୍ରନାସପର୍ମର ଓ ତାର ଟଣା କାର୍ଯ୍ୟ ସରିଛି କିନ୍ତୁ ଏବେ ଯାଏଁ ବିଜୁଳି ସଂଯୋଗ ହୋଇ ପାରିନାହିଁ ।ଗାଁକୁ ଅତିକ୍ରମ କରି ଅନ୍ୟ ଗ୍ରାମ ମାନଙ୍କୁ ବିଜୁଳି ସଂଯୋଗ ହୋଇଛି।କିନ୍ତୁ ଏହି ଗାଁକୁ ବିଜୁଳି ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରି ନାହିଁ।ଫଳରେ ଆଜିବି ଛାତ୍ରଛାତ୍ରୀ ମାନେ ଡିବିରି ଆଲୋକରେ ପାଠ ପଢୁଛନ୍ତି।
ଗାଁରେ ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ, ଯାହାଫଳରେ କମଳମତି ଶିଶୁ ମାନେ ୨ କିମି ଦୂର ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ କାର୍ଲିଯୋଡି ଗାଁକୁ ଯାଇଥାନ୍ତି।ଫଳରେ ବନ୍ୟ ଜନ୍ତୁର ଭୟ ଥିଲେ ମଧ୍ୟ ବାଧ୍ୟ ହୋଇ ଯାତାୟତ କରିଥାନ୍ତି।ସେହିପରି ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଛୋଟ ଛୋଟ ଶିଶୁ ମାନେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ୧ ରୁ ୧୦ ବର୍ଷର ଶିଶୁ ଗାଁରେ ହିଁ ରହିଥାନ୍ତି।ତେଣୁ ଏହି ଗାଁର ଶିକ୍ଷା, ପାନିୟ ଜଳ ଓ ବିଜୁଳିରୁ ବର୍ଷ ବର୍ଷ ଧରି ଗ୍ରାମବାସୀ ବଞ୍ଚିତ ରହିଥିବା ବେଳେ ଏହାକୁ ନେଇ ଗ୍ରାମର ରବୀନ୍ଦ୍ର ମାଝୀ, ଧନୁର୍ୟ୍ଯ ମାଝୀ, ପ୍ରମୋଦ ମାଝୀ, ବିସ୍ମ ମାଝୀ,ଓ ଡମେ ମାଝୀ ଅଭିଯୋଗ କରିଛନ୍ତି।ତେଣୁ ଏହି ଗାଁ ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
କଳାହାଣ୍ଡି ରୁ ତୁଳସୀ ରାମ ପ୍ରଧାନଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |