ନିଆରା ଢଙ୍ଗରେ ବନ୍ଧୁ ମିଳନ

ଫୋକସ ପ୍ଲସ 10/6/22(କେନ୍ଦ୍ରାପଡ଼):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ର ଆୟତ୍ତପୁର ଦାମୋଦର ଉଚ୍ଚ ବିଦ୍ୟାଳୟ ପରିସରରେ 1988-89 ମାଟ୍ରିକ ଵ୍ୟାଚ ର ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ସହିତ ପ୍ରଥମେ ଛାତ୍ର ଛାତ୍ରୀ ମାନେ ଉତ୍ସବ ଆରମ୍ଭରୁ ଗୁରୁ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ସହିତ ଉତ୍ତରୀୟ ଦେଇ ପୂଜା କରିବାସହିତ ଶିକ୍ଷକ ମାନଙ୍କୁ ସମ୍ବୋର୍ଦ୍ଧିତ କରିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା.ବିନା ମୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ସହିତ ଉକ୍ତ ବ୍ୟଚ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଭାବରେ ଓଡିଶୀ ନୃତ୍ୟ ପରିବେଷଣ ସହିତ 1988-89ମସିହା ର ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ପାଖରେ ପାଇ ଛାତ୍ର ଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଥିଲେ.ଶେଷରେ ପୁରାତନ ଶିକ୍ଷକ ମାନେ ନିଜର ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ରେ ଅଭିଭାଷଣ ରଖିଥିଲେ ଯେ ସମାଜରେ ଯେଉଁ ବ୍ୟକ୍ତି ବରିଷ୍ଠ ମାନଙ୍କ ଆଶୀର୍ବାଦ ନେଇଥାଏ ସେ କେବେ ବିପଦରେ ପଡେ ନାହିଁ କି ବିପଦ ଆସିଲେ ମଧ୍ୟ ତାହା ବାଟ କାଢି ଚାଲିଯାଏ. ଶିକ୍ଷକ ଙ୍କ ଅଭିଭାଷଣରେ ପୁରାତନ ଛାତ୍ର ଛାତ୍ରୀମାନେ ବେଶ ଭାବବିହୋଳ ହୋଇଥିଲେ. ଏହି କାର୍ଯ୍ୟକ୍ରମ କୁ 1988-89 ଵ୍ୟାଚ ର ଛାତ୍ରଛାତ୍ରୀ ମାନେ ଆୟୋଜନ କରିଥିଲେ I
ଆଳିରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *