ନିଖୋଜ ବସ୍ ଡ୍ରାଇଭର ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ ।

କନ୍ଧମାଳ: ନିଖୋଜ ପର୍ଯ୍ୟଟକ ଗାଡି ଡ୍ରାଇଭର ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୋଇବନ୍ଧା ପୋଲ ନିକଟସ୍ଥ କେନାଲରେ । ମୃତ ବ୍ୟକ୍ତି ହେଲେ କାଶୀନାଥ ଭୋଇ, ଚଉପଡ଼ା ଗୋବିନ୍ଦପୁର ଥାନା ଅନ୍ତର୍ଗତ କଟକ ଜିଲ୍ଲାର ।ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ କହିବାର କଥା ଯେ କିଛି ଦିନ ହେବ ତାଙ୍କ ବାପା ସାଇ କ୍ରିଷ୍ଣା ଟୁରିଷ୍ଟ ବସ୍ ଚଲଉଥିଲେ ପର୍ଯ୍ୟଟକ ନେଇ ଉତର ପ୍ରେଦଶ ଯାଇଥିଲେ ଅନ୍ୟ ସାଥି ଡ୍ରାଇଭର କହିବାର କଥା ଯେ ଆମେ ଗୋଟିଏ ନାଳ ପାଖରେ ଗାଧେଇବା ବେଳେ ତୁମ ବାପା ନିଖୋଜ ହେଲେ ।ତା ପରେ ସାଥି ଡ୍ରାଇଭର ମାନେ ବାଲିଗୁଡା ଥାନାରେ ଲିଖିତ ସୂଚନା ଦେଇଥିଲେ ।କିନ୍ତୁ ଆଜି ମୃତ ଡ୍ରାଇଭରଙ୍କ ପୁଅ ଓ ସମ୍ପର୍କୀୟ ଆସି ବାଲିଗୁଡା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଜବତ ଶବ ଚିହ୍ନଟ କରାଇଥିଲେ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ଅଧିକ ତଦନ୍ତ କରିବା ପାଇଁ ସାଇଁଟିଫିକ ଟିମକୁ ଯୋଗାଯୋଗ କରିଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ।କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଳସ

Leave a Reply

Your email address will not be published. Required fields are marked *