ନିଜେ ବିଛେଇ ଥିବା ଜାଲରେ ଛନ୍ଦି ହେଲେ ସାର ବେପାରୀ

ଫୋକସ ପ୍ଲସ (ବ୍ୟୁରୋ)୨୩/୦୭/୨୦୨୨:କଳାହାଣ୍ଡି ଜିଲ୍ଲା ରେ ଏବେ ସାର କଳା ବଜାରୀ ର ଚାଲିଛି ଆତଙ୍କ ରାଜ। ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ଏହି ଜିଲ୍ଲା ର ନର୍ଲା ବ୍ଲକ ରେ। ତେବେ ଚିହ୍ନନ୍ତୁ ଏବାବୁ ଜଣଙ୍କୁ।ଏ ହେଉଛି ନର୍ଲା ଓ ଲାଞ୍ଜିଗଡ ବ୍ଲକ ର ନିରୀହ ଚାଷୀଙ୍କ ପେଟକୁ ଲାତ ମାରି ସାର କଳା ବଜାରୀ କରୁଥିବା ସାର ଦଲାଲ ଆଲୋକ ଚାନ୍ଦ। ଆଉ ବାବୁ ଆଲୋକ ଚାନ୍ଦ ଏବେ focus ପଞ୍ଝାରେ।ନିରୀହ ଚାଷୀ ମାନଙ୍କୁ ଢାଲ କରି ଆମ ପଶ୍ଚିମ ଓଡିଶା ପ୍ରତିନିଧି ରଞ୍ଜନ ମହାନ୍ତି ଙ୍କବିରୁଧରେ ଏ ଦଲାଲ ରଚିଥିବା ଷଡ଼ଯନ୍ତ୍ର ଜାଲ ରେ ନିଜେ ଛନ୍ଦି ହେଇଯାଇଛି । ନର୍ଲା ଅଂଚଳ ରେ ସାର ଓ କୀଟ ନାଶକ ଦୋକାନ ଖୋଲି ନିରୀହ ଚାଷୀଙ୍କ ଠାରୁ ବସ୍ତା ରେ ଥିବା ମୂଲ୍ୟ ଠାରୁ 50ରୁ 60 ଟଙ୍କା ଚଢା ଦର ରେ ବିକୁଛନ୍ତି ସାର।ଏ କଥା ଆମେ କହୁନୁ ଶୁଣନ୍ତୁ କଣ କହୁଛନ୍ତି ନର୍ଲା ଅଂଚଳ ର ଏ ନିରୀହ ଚାଷୀ  |

ଏପଟେ ବାବୁ ଆଲୋକ ପୂର୍ବ ରୁ ଥିବା କୃଷିଅଧିକାରିଣୀ ଶିବାନୀ ପ୍ରଧାନ ଙ୍କୁ ହାତ କରି ନର୍ଲା ବ୍ଲକ କୃଷି ବିଭାଗ ର ଆତ୍ମା ଅଧକ୍ଷ ଭାବେ ଚାଷୀ ମାନେ ବାଛି ଥିଲେ। ହେଲେ ଚାଷୀ ମାନଙ୍କ ବିଶ୍ୱାସ ଥିଲା ଆତ୍ମା ଜରିଆରେ ନର୍ଲା ଅଂଚଳ ରେ କୃଷି ର ଅନେକ ବିକାଶ ହେବ , ଚାଷୀ ମାନେ ଉପକୃତ ହେବେ।ହେଲେ ତିନି ବର୍ଷ ହେବ ବିକାଶ ବଦଳରେ ଏଠି ମାଡମ ଶିବାନି ପ୍ରଧାନ ଓ ଏ ଚାନ୍ଦ ବାବୁ ଙ୍କ ମିଳିଭାଗତ ରେ ଚାଷୀଙ୍କ ବିକାଶ କୁ ଜଳାଞ୍ଜଳି ଦେଇ ଆତ୍ମା ର ରାଜକୋଷ କୁ ପରମାଆତ୍ମା ପର୍ଯ୍ୟନ୍ତ ପହଞ୍ଚାଇ ସାରିଛନ୍ତି। ଆଉ ଏସବୁ କୁ ଧରିବା ପାଇଁ ଯେତେ ବେଳେ ଆମ ପ୍ରତିନିଧି ରଞ୍ଜନ ମହାନ୍ତି ସୁଚାନ ଅଧିକାର ଆଇନ ରେ କୃଷି ଅଧିରିଣୀ ଙ୍କୁ ମାଗିଥିଲେ ତଥ୍ୟ ସେଇଠୁ ଆରମ୍ବ ହେଇଥିଲା ଅସଲ ଖେଳ। ଏ ଦଲାଲ ଆଲୋକ ଚାନ୍ଦ ଆମ ପ୍ରତିନିଧି ବିରୁଧରେ କୃଷି ଅଧିକାରିଣୀ ଶିବାନୀ ପ୍ରଧାନ ଙ୍କ କାନ୍ଧରେ ବନ୍ଧୁକ ରଖି ରଚିଥିଲେ ମିଥ୍ୟା ଜାତିଆନ କେଶ ର ଖେଳ। ଯାହାର ଠୋସ ପ୍ରମାଣ ଆମେ ଆଗାମୀ ଦିନରେ ପ୍ରକାଶ କରିବୁ। ବାକି ଯେତେ ବେଳେ ଆମେ ଏ ସବୁ ର ତଥ୍ୟ ନପାଇଲୁ କୃଷି ବିଭାଗ ଉପରେ ଖବର ପ୍ରସାରଣ କରିଥିଲୁ ସେଥିରେ କହିଥିଲୁ ଜଣେ ଦଲାଲ ସାମ୍ବାଦିକ ଓ କଳା ବଜାର କରୁଥିବା ସାର ବେପାରୀ ଙ୍କ କୁ ବୁଦ୍ଧିରେ ମାଡମ ଶିବାନି ପ୍ରଧାନ ମିଥ୍ୟା କେଶ ଆମ ପ୍ରତିନିଧି ଙ୍କ ଉପରେ କରିଥିଲେ। କୌଣସି ଖବର ରେ ଏ ଦଲାଲ ଆଲୋକ ଚାନ୍ଦ ନା ଆମେ ନ ନେଉଥିବା ବେଳେ ଆଲୋକ ଚାନ୍ଦ କିପରି ଜାଣିଲେ ସେ ଦଲାଲ ସାର କଳା ବଜାରୀ ବୋଲି। ତେବେ ଏଠି କଥା ଉଠୁଛି ଲୁଚି ଛି ନା ଗୋଡ ଦୁଇଟା ଦିଶୁଛି। ଠାକୁର ଘରେ କିଏ ନା ମୁ କଦଳୀ ଖାଇନି। ଆଲୋକ ଚାନ୍ଦ ନିଜ ଆଡକୁ ଦୋଷ ନେଇ ନିରୀହ ଚାଷୀ ମାନଙ୍କୁ ଢାଲ କରି ପୁଣି ଆମ ପ୍ରତିନିଧି ଙ୍କ ଉପରେ ଥାନା ରେ କରିଥିଲେ ମାମଲା। ତେବେ ସମ୍ପୃକ୍ତ ଘଟଣା ଉପରେ କିଛି କିଛି ନଜାଣିଥିବା କିଛି ବ୍ୟକ୍ତି ଙ୍କୁ ମିଥ୍ୟା ଚାଷୀ ସଜେଇ ରଚିଥିଲା ପ୍ରାୟୋଜିତ ନାଟକ। ଦେବେ ଦେଖନ୍ତୁ ଏ ପ୍ରାୟୋଜିତ ନାଟକ ରେ ଗଣମାଧ୍ୟମ ଆଗରେ ଭାଷଣ ମାରୁଥିବା ର ସେହି ଦୁର୍ସ୍ୟ।

ନିଜର ସ୍ୱାର୍ଥ ପାଇଁ ଏ ନିରୀହ ଚାଷୀ ମାନଙ୍କୁ କିପରି ମିଥ୍ୟା ନାଟକ ରେ ସାମିଲ କରୁଛି ଏ ସାର ଦଲାଲ ଆଲୋକ ଚାନ୍ଦ।ରାଜ୍ୟ ସରକାର ଙ୍କ କୃଷିମନ୍ତ୍ରୀ ଏ ସବୁ କଳା ବଜାରୀ ରୋକିବା ପାଇଁ ବଡ଼ ବଡ଼ ପଦକ୍ଷପ ନେଉଥିବା ବେଳେ ଏ ଦଲାଲ ଉପରେ କେବେ ନେଉଛନ୍ତି ଦୃଢ଼ କାଯ୍ୟାନୁଷ୍ଠାନ।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *