ନିଜ ଜନ୍ମଦିନରେ ଅସହାୟଙ୍କୁ ଆର୍ଥିକ ସହାୟତା କଲେ ଅବନୀ

ଫୋକସ ପ୍ଲସ 5/6/22(ଖମାର): ସ୍ୱାଭାବିକ ଭାବରେ ରୀତିନୀତି ଅନୁଯାୟୀ ଏବେ ଜନ୍ମଦିନ ମାନଙ୍କରେ କେକ କାଟି ଜନ୍ମଦିନ ପାଳନ କରିଥାନ୍ତି l କିନ୍ତୁ ଆଜି ପାଲଲହଡା ନିର୍ବାଚନ ମଣ୍ଡଳୀର ଯୁବ ନେତା ଇଂ ଅବନୀକାନ୍ତ ସାହୁ ଏକ ନିଆଁରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି l ପାଲଲହଡା ବ୍ଲକର ବନ୍ଧାଭୂଇଁ ପଂଚାୟତକୁ ଯାଇ ବିଭିନ୍ନ ଗ୍ରାମର ଲୋକଙ୍କ ସମସ୍ୟା ବୁଝି ଥିଲେ ଓ ସେହି ଗରିବ ଅସହାୟ ପରିବାର କୁ ନିଜ ଜନ୍ମଦିନ ଦିନରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ପରିପେକ୍ଷୀରେ ପାଲଲହଡା ବିଜେଡି ସମର୍ଥକ ମାନେ ଜନ୍ମଦିନରେ ପୁଷ୍ପଗୁଚ୍ଛ ଦେଇଥିଲେ ଏବଂ ବନ୍ଧାଭୂଇଁ ପଂଚାୟତର ବିଭିନ୍ନ ଗ୍ରାମରେ ଲୋକଙ୍କୁ ଆର୍ଥିକ ସହାୟତା ବେଳେ ସାଥିରେ ପଂଚାୟତର ସମିତି ସଭ୍ୟ ଅନନ୍ତ ନାୟକ , ବରିଷ୍ଠ ନେତା ମିଟୁ ଭୁକ୍ତା ସମେତ ଅନ୍ୟ ସମର୍ଥକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *