ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଆଜି ନିଜ ଦଳକୁ ଘେରିବା ସହ ନେତାମାନଙ୍କୁ ଟାର୍ଗେଟ କରି ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସରେ ଏଭଳି ଅନେକ ନେତା ଅଛନ୍ତି ଯେମାନେ ପ୍ରଭୁ ଶ୍ରୀରାମ ଓ ହିନ୍ଦୁ ଶବ୍ଦକୁ ଘୃଣା କରୁଛନ୍ତି। ସେମାନେ କେବଳ ରାମ ମନ୍ଦିରକୁ ବିରୋଧ କରୁନାହାନ୍ତି ହିନ୍ଦୁତ୍ବକୁ ମଧ୍ୟ ଘୃଣା କରି ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ଚାହୁଛନ୍ତି। ସେମାନେ ହିନ୍ଦୁ ଧର୍ମଗୁରୁମାନଙ୍କୁ ଅପମାନିତ କରିବାକୁ ଚାହୁଛନ୍ତି। କଂଗ୍ରେସ ଦଳର ନେତାମାନଙ୍କ ଏଭଳି କାର୍ଯ୍ୟ ମତେ ଆଦୌ ଭଲ ଲାଗୁନାହିଁ ବୋଲି ବୋଲି ପ୍ରମୋଦ କୃଷ୍ଣମ କହିଛନ୍ତି। ଦଳର କୌଣସି ନେତାଙ୍କ ନାମ ନନେଇ ସେ କହିଛନ୍ତି ଯେ ହିନ୍ଦୁ ଧର୍ମଗୁରୁ ଏବଂ ହିନ୍ଦୁ ଆସ୍ଥାର ଦୃଢ଼ ସମର୍ଥକମାନଙ୍କୁ ଏହି ନେତାମାନେ ସହ୍ୟ କରିପାରୁନାହାନ୍ତି। ଜାନୁଆରି ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କଂଗ୍ରେସ ନେତାଙ୍କ ଏଭଳି ବୟାନ ଦଳର ଚିନ୍ତା ବଢ଼ାଇ ଦେଇଛି।