ନିମ୍ନମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ବିଦ୍ୟାଳୟ

ଫୋକସ ପ୍ଲସ(ଥୁଆମୂଳ ରାମପୁର)୨୨/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପାଡେଲ ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଶ୍ରେଣୀ ଗୃହ ଲଗାଣ ବର୍ଷା ଯୋଗୁଁ ଭୁଷୁଡି ପଡିଛି। ବର୍ଷା ଯୋଗୁଁ ବିଦ୍ୟାଳୟ ଭୁଷୁଡି ପଡିବା ଘୋଟଣା ସତ କିନ୍ତୁ ଭୁଷୁଡି ବା ପଛରେ ରହିଛି ଅନେକ ରହସ୍ୟ କମଲ ମତୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ଯୋଗାଇ ଦେବା ପାଇଁ ସରକାର ଙ୍କ ପକ୍ଷରୁ ଏହି ଗାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ସ୍କୁଲ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ ସମୟରେ ଅତ୍ୟନ୍ତ ନିମ୍ନମାନର କାମ ହୋଇ ଥିବା ସହିତ ବାଳି, ସିମେଣ୍ଟ, ଇଟା, ଲୁହାରଣ୍ଡ, ଠାରୁ ଆରମ୍ଭ କରି ଗୃହ କାର୍ଯ୍ୟ ରେ ବେବ୍ୟହାର କରାଯାଉଥିବା ଅନେକ ସାମଗ୍ରୀ ଠିକ ଭାବରେ ଲାଗି ନଥିବା ଯୋଗୁଁ ଶ୍ରେଣୀ ଗୃହ ଟି ଭୁଷୁଡି ପଡିଲା ବୋଲି ଅଭିଯୋଗ କରିଛନ୍ତି ଶିକ୍ଷା କମିଟି ର ପର୍ବତନ ସ୍ଥୁଲ ସଭାପତି ମାଳି ମାଝୀ ଠିକ୍ ସେଭଳି ଏହି ଗୃହ କାର୍ଯ୍ୟ ନିମନ୍ତେ ଆସିଥିବା ଅର୍ଥ ରାଶି କୁ ମଧ୍ୟ ହଡ଼ପ କରାଯାଇଥିବା ସାଙ୍ଘାତିକ ଅଭିଯୋଗ ହେଉଛି। ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ବର୍ତ୍ତମାନର ଖୋମାରପଦର କ୍ଳଷ୍ଟର ସିଆରସିସି ସୁନାଧର ମାଝୀ ଠିକାଦାର ଶାଜି ଏହି ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ କରିଥିଲେ। ଗ୍ରାମ ବାସୀ ଓ ଶିକ୍ଷା କମିଟି ଙ୍କ କଥା କୁ ମଧ୍ୟ ଅଣଦେଖା କରି ତାଙ୍କ ମୋନଇଚ୍ଛା ରେ କାର୍ଯ୍ୟ କରିଥିବା ହୁତୁ ଆଜି ଏହି ବିଦ୍ୟାଳୟ ର ଶ୍ରେଣୀ ଗୃହ ଟି ଭୁଷୁଡି ପଡିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଳିଛି ଏହି ଗୃହ ଟି ମରାମତି କଲେ ମଧ୍ୟ କୌଣସି ସୁଫଳ ମିଳି ପାରିବ ନାହିଁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ଶ୍ରେଣୀ ଗୃହର ଆବଶ୍ୟକତା ରହିଛି। ଏସଂପର୍କରେ ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ବେହେରା ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ଅଧିକାରୀ ବାବୁ ଜଣକ ଏଆଡ୍ ସେଆଡ୍ କଥା କହି ଅଫିସ କୁ ଆସ କଥା ହେବା ବୋଲି କହିଥିଲେ। ଅଫିସ କୁ ଆସ କଥା ହେବା କାରଣ କଣ ନ୍ୟୁଜ୍ ବନ୍ଦ କର ମୁଁ ସେହି କାମର ଠିକାଦାର ଭାବେ କାର୍ଯ୍ୟ କରିଥିବା ସିଆରସିସି ସୁନାଧରମାଝୀ ଙ୍କ ଠାରୁ ଖର୍ଚ୍ଚ ମାଙ୍ଗି ଦେବି ଏହା କହିବେତ ବ୍ଳକ ଶିକ୍ଷା ଅଧିକାରୀ ବାବୁ ଜଣକ। ନାଁ ଗୁଣ୍ଡା ଲଗାଇ ସାମ୍ବାଦିକ ଙ୍କୁ ଆକ୍ରମଣ କରିବେକି, ଏବଂ କଳାକୁ ଧଲା କରିଥିବା ଶର୍ବଗିଳା ଠିକାଦାର ସାଜିଥିବା ସିଆରସିସି ସୁନାଧର ମାଝୀ ଙ୍କ ପ୍ରତି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବେକି,ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଏହି ଶର୍ବଗିଳା ସିଆରସିସି ଠିକାଦାର ସାଜି ବିଦ୍ୟାଳୟ ଗୁଡିକ ନିର୍ମାଣ କରିଛନ୍ତି ବିଭାଗୀୟ ଅଧିକାରୀଙ୍କୁ ହାତବାରିଶି କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି ଆଗାମୀ ଦିନରେ ଏହି ଭଦ୍ରପଣିଆ ସିଆରସିସି ର କଳାକା ରନାମ୍ ଗୁଡିକ କର ପ୍ରମାଣ ସହିତ ଆପଣଙ୍କୁ ଦେଖାଇବୁ ଫୋକସ ପ୍ଳସ୍ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

 

Leave a Reply

Your email address will not be published. Required fields are marked *