ନିମ୍ନ ମାନର ରାସ୍ତା ନିର୍ମାଣ ଅଭିଯୋଗ

ଫୋକସ ପ୍ଲସ ୧୦/୬/୨୨(କୋଣାର୍କ): ନା ରହିଛି ଫଳକ ନା ଦିଆଯାଇଛି ରାସ୍ତା ନିର୍ମାଣ ର ସୂଚନା । କିନ୍ତୁ କାମ ଏପରି ରାସ୍ତା ରେ ଉଠିଲା ଘାସ |ଲୋକେ ଯାତାୟାତ କରିବା ପାଇଁ ନିର୍ମାଣ କରାଯାଏ ରାସ୍ତା ।ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ମାସେ ନ ହେଉଣୁ ରାସ୍ତା ରେ ଘାସ ଉଠିବାକୁ ନେଇ ଏବେ ଆସିଲା ସାଙ୍ଘାତିକ ଅଭିଯୋଗ। ରାସ୍ତାଟି ପୁରୀ – କୋଣାର୍କ ରାସ୍ତା ର ଲିଆଖିଆ ବ୍ରିଜି ଠାରୁ ତଳମାଳ ସାହି ପର୍ଯ୍ୟନ୍ତ ପ୍ରାୟ ୭କିଲୋମିର ରୁ ଅଧିକ ଥିବା ବେଳେ ଏହି ରାସ୍ତା ଦେଇ ସହ ସହ ସଂଖ୍ୟାର ଲୋକେ ଯାତାୟାତ କରୁଥିବା ବେଳେ ନିମାପଡ଼ା ଗୋପ ଜଳସେଚନ ବିଭାଗ ଦ୍ଵାରା କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଛି ଏହି ରାସ୍ତା ଟି ।ହେଲେ ବଡ ଦୁଃଖ ର କଥା ଠିକାଦାର ଙ୍କ ଦ୍ଵାରା ନିର୍ମିତ ହେଇଥିବା ରାସ୍ତା ଟି ଏତେ ଯେ ନିମ୍ନ ମାନର ହୋଇଛି ଯାହାକି ରାସ୍ତା ନିର୍ମାଣ ଶେଷ ହେବା ମାସେ ନ ପୂରୁଣୁ ରାସ୍ତାରେ ଉଠିଲା ଘାସ ।

Leave a Reply

Your email address will not be published. Required fields are marked *