ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ଅର୍ଥମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି। ସୂଚନା ଅନୁସାରେ ଗତକାଲି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ମନ୍ତ୍ରୀ ନବ ଦାସଙ୍କ ଉପରୁ ପୋଲିସ୍‌ ASI ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା।ଏବଂ ଆଜି ତାଙ୍କର ଶେଷ କୃତ୍ୟ ଖେରିଆଲରେ ସମ୍ପନ କରାଯିବ ବୋଲି ସୂଚନା ମିଳିଛି | ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ବ୍ରଜରାଜନଗର IIC ଏତଲା ଦେଇଛନ୍ତି । ହତ୍ୟା ଉଦ୍ଦେଶ୍ୟ ନେଇ ASI ଗୋପାଳ ଦାସ ଫାୟାରିଂ କରିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ମନ୍ତ୍ରୀ ନବ ଦାସଙ୍କର ଗତକାଲି ଲିଫ୍ଟସିଫ୍ଟ ବିଲ୍ଡିଂରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା । ଏତଲା ଅନୁସାରେ, କାଲି ASI ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ଆଉ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ। ଅତି ପାଖରୁ ନିଜ ସର୍ଭିସ ରିଭଲଭରରୁ ମନ୍ତ୍ରୀଙ୍କୁ ଫାୟାରିଂ କରିଥିଲେ ଗୋପାଳ। ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ହିଁ ସେ ଅତି ପାଖରୁ ଗୁଳି କରିଥିଲେ। ତେବେ ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ଏବଂ ଏଥିରେ ବଡ ବଡ଼ିଆଙ୍କ ହାତ ରହିଛି ବୋଲି କୁହାଯାଉଛି |

Leave a Reply

Your email address will not be published. Required fields are marked *