ନିରାଶ ହେଲେ କ୍ରୀଡା ପ୍ରେମୀ, ଉନ୍ନତି କରଣ ନାଁରେ ଆତ୍ମସାତ ଆଭିଯୋଗ

ଫୋକସ ପ୍ଲସ(ବୋରିଗୁମ୍ମା): ଖେଳ ପଡିଆ ଉନ୍ନତି କରଣ ନାଆରେ ମହାଘୋଟାଲା ଅଭିଯୋଗ ।ଖେଳ ପଡିଆ ଉନ୍ନତି କରଣ ପାଇଁ ଆସିଥିବା ଅନୁଦାନକୁ ଚଳୁ କରି ଖାଇ ଦେଲେ ଠିକାଦାର ଏବଂ ଯନ୍ତ୍ରୀ ।ମାଟି ପଡିନି ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହରିଲୁଟ ଅଭିଯୋଗ ।ଲୁଟ ପରେ ମାଲେମାଲ ଅସାଧୁ ନିରାଶ କ୍ରୀଡା ପ୍ରେମୀ ।

ଏ ହେଉଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମୁଲି ମୋନଲାଇଟ ଷ୍ଟାଡିୟମ |ବ୍ଲକର କ୍ରୀଡା ପ୍ରେମୀଙ୍କ ଏନ୍ତୁଡ଼ି ସାଳ ।ପ୍ରତି ବର୍ଷ ଏହି ଖେଳ ପଡ଼ିଆରେ ଜିଲ୍ଲା ସ୍ତରୀୟ କ୍ରିକେଟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇଥାଏ ।ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଯୁବ ଗୋଷ୍ଟିଙ୍କୁ ଏ ଖେଳ ପଡିଆ ଅଞ୍ଚଳରେ ପରିଚୟ ଦେଇଛି ।କ୍ରୀଡା ପ୍ରେମି ହଜାର ହଜାର ଦର୍ଶକ ଏହି ଖେଳ ପଡ଼ିଆରେ ବିଭିନ୍ନ ଖେଳର ଭରପୁର ମଜା ନେଇ ଥାଆନ୍ତି ।ଏହାକୁ ଆଖି ଆଗରେ ରଖି ଖେଳ ପଡ଼ିଆର ବିକାଶ କରିବା ପାଇଁ ବହୁ ଦାବି ପରେ କିଛି ଅର୍ଥ ମଞ୍ଜୁରୀ ହୋଇଥିଲା । ହେଲେ ବିଡାମ୍ବନା ର ବିଷୟ ବିକାଶ ପାଇଁ ଆସିଥିବା ଆର୍ଥିକ ରାଶି ଚଞ୍ଚକତା ହୋଇ ଯାଇଛି । ଅସାଧୁ ଠିକାଦାର ଏବଂ ଯନ୍ତ୍ରୀଙ୍କ ଚଞ୍ଚକତା ଫଳରେ ଉନ୍ନତି କରଣ ନା ରେ ମଂଜୁର ହୋଇଥିବା ଅର୍ଥ ମହା ଚଞ୍ଚକତା ଅଭିଯୋଗ ଆସିଛି ।

ସୂଚନା ଯୋଗ୍ୟ ଯେ ୨୦୨୦- ୨୧ ଆର୍ଥିକ ବର୍ଷରେ ମନେରେଗା ମାଧ୍ୟମରେ ଖେଳ ପଡ଼ିଆର ଉନ୍ନତି କରଣ ପାଇଁ ୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ ଅସାଧୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମିଳିମିଶି ଉନ୍ନୟନ ପାଇଁ ଆସିଥିବା ଟଙ୍କା କୁ ଚଳୁ କରି ଦେଇଥିବା ଅଭିଯୋଗ କରିଛନ୍ତି ଲଛମନ ବାଲାଜି କ୍ରିକେଟ କ୍ଲବର ସଦସ୍ୟ ଏବଂ ସ୍ଥାନୀୟ ଯୁବ ଗୋଷ୍ଟି । ଖେଳ ପଡ଼ିଆର ଉନ୍ନତି ତ ଦୂରର କଥା ମାଟି ଟିଏ ବି ନ ପଡି ୯ଲକ୍ଷ ଟଙ୍କାର ଫାଲସ ବିଲ ହୋଇ ଯାଇଥିବା ଅଭିଯୋଗ ଆଣିଛନ୍ତି କ୍ରୀଡା ପ୍ରେମୀ । ଏ ନେଇ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରାଙ୍କୁ ଦେଖା କରି ଅଭିଯୋଗ କଲା ପରେ ମଧ୍ୟ ଅସାଧୁ ଠିକାଦାର ଏବଂ ସଂଶ୍ଲିଷ୍ଟ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ଵୋଲି ମଧ୍ୟ ଦାବି କରିଛନ୍ତି କୁମୁଲି ଗ୍ରାମବାସୀ ।ତେବେ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିପାରି ନଥିବା ବେଳେ ଲୁଟ ହୋଇ ଥିବା ଅର୍ଥ କ୍ଲବ କୁ ଦିଆଯାଇ ପଡ଼ିଆର ଉନ୍ନତି କରାଯାଉ ଏବଂ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ହୋଇଛି ।

ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *