ନିରାଶ ହୋଇ ଫେରିଲେ ଆଶାୟୀ

ଫୋକସ ପ୍ଲସ(ଚୌଦ୍ୱାର)୨୧/୦୮/୨୦୨୨: ଜଗତପୁର ଥାନା ଅଧିନ ନୂତନ ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀଗୁରୁ ଆଇଟିଆଇକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୭୪ଜଣ ଆଶାୟୀ ପୋଲିସ ଏସଆଇ ଅନଲାଇନ ପରୀକ୍ଷା ଦେବା ପାଇଁ  ଶନିବାର ଆସିଥିଲେ । ମାତ୍ର ଗୋଟିଏ ସିଟିଙ୍ଗ ପରୀକ୍ଷା ଦେବା ପରେ ଦ୍ୱିତୀୟ ସିଟିଙ୍ଗର ପରୀକ୍ଷା ପ୍ରଶ୍ନ ଉପଲୋଡ ହେଇନଥିଲା । ଯାହା ଫଳରେ ଆଶାୟୀ ମାନେ ପରୀକ୍ଷା ଦେଇ ପାରିନ ଥିଲେ । ପ୍ରାୟ ଏକ ଘଣ୍ଟା ଧରି ପରୀକ୍ଷା କେନ୍ଦ୍ର ଗେଟ ବାହାର ଅପେକ୍ଷା କରିବା ପରେ ଆଶାୟୀମାନେ ବିରକ୍ତି ପ୍ରକାଶ କରି ରାଜ୍ୟ ସରକାରଙ୍କ ଏପରି ଅବ୍ୟବସ୍ଥା ଆମ ଭବିଷ୍ୟତ ଅନ୍ଧକାରକୁ ଠେଲି ହେଇ ଯାଉଛି । ଆମ ପାଖରେ ଏତେ ଟଙ୍କା ନାହିଁ ଆମେ ବାରମ୍ବାର ଗାଡି ଭଡ଼ା କରି ଏତେ ଦୂରରୁ ଆସିବୁ ଏମିତି ପ୍ରଶ୍ନ ଉଠାଇବା ସହ ଗେଟ ସମୁଖରେ ହୋହାଲ୍ଲା କରିଥିଲେ । ପ୍ରଶ୍ନପତ୍ର ବାରମ୍ବାର ତ୍ରୁଟି ପାଇଁ ଭେଣ୍ଡରଙ୍କୁ ଦାୟୀ କରିବା ସହ ରାଜ୍ୟ ସରକାର ଭେଣ୍ଡର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଲାରିଥିଲେ । ପରିସ୍ଥିତି ଅଣଆୟତ ହେବା କାରଣରୁ ଘଟଣାସ୍ଥଳରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ପହଂଚି ଆଶାୟୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆଶାୟୀଙ୍କ କହିବା ଅନୁଯାୟୀ, ୨୦୧୮ ଡ଼ିସେମ୍ବର ୩୧ତାରିଖରେ ଓଏସଏସ ସାଇଟରେ ଏସଆଇ  ଚାକିରୀ ପାଇଁ ଏକ ବିଜ୍ଞାପନ ଅନଲାଇନରେ ବାହାରିଥିଲା । ସେଥିପାଇଁ ସେମାନେ ଫର୍ମ ପୂରଣ କରି ଚଳିତ ମାସ ପାଞ୍ଚ ତାରିଖରେ ରାଉରକେଲା ଯାଇ ଦୁଇଟି ବିଷୟରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବାର ପନ୍ଦର ଦିନ ପରେ ତାଙ୍କ ମୋବାଇଲକୁ ପ୍ରଶ୍ନପତ୍ର ତ୍ରୁଟି ଥିବା ହେତୁ ଇଂରାଜୀ ଓଡ଼ିଆ ବିଷୟରେ ଆଉ ଥରେ ପରୀକ୍ଷା ଦେବା ପାଇଁ ମେସଜ ଆସିଥିଲା ।ସେଥିପାଇଁ ଆଶାୟୀ ପରୀକ୍ଷା ଦେବା ଆସିଥିଲେ ।

Leave a Reply

Your email address will not be published. Required fields are marked *