କୋରାପୁଟ: ଓ ଶ୍ରମ ବିଭାଗ ଜୟପୁର, କୋରାପୁଟଙ୍କ ଅIନୁକୁଲ୍ୟରେ ବୋରିଗୁମ୍ମା ସ୍ଥିତ ସ୍ଥାନୀୟ ଟାଉନ ହଲ ପରିସରରେ ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଜୟପୁର ଶ୍ରୀ ତାରା ପ୍ରସାଦ ବାହିନୀପତି ଯୋଗଦେଇ ସରକାରଙ୍କ ତରଫରୁ ଶ୍ରମିକଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ପ୍ରକାରର ସହାୟତା ସମ୍ପର୍କରେ ଅବଗତ କରାଇଥିଲେ, ଯେଉଁମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ପଞ୍ଜିକରଣ କରି ସରକାରଙ୍କ ତରଫରୁ ମିଳୁଥିବା ସହାୟତା ସବୁ ପାଇବାକୁ ପ୍ରବର୍ତାଇଥିଲେ I ଏହି ଶିବିରରେ ସମ୍ମାନିତ ଅତୀଥି ଭାବେ ବ୍ଲକ ଅଦକ୍ଷା ଶ୍ରୀମତୀ ଦିପ୍ତୀମଣି ନାୟକ,ଉପା ଅଦକ୍ଷ ଶ୍ରୀଯୁକ୍ତ ରାଧାକାନ୍ତ ସାମନ୍ତରା, ଜିଲ୍ଲା ପରିଷଦ ସଭ୍ୟ ଜୋନ- ୨ ଶ୍ରୀମତୀ ମଞ୍ଜୁଳା ଘାଷି, ଯୋଗଦେଇ ଥିଲେ I ଏହି ସଭାରେ ଯୁଗ୍ମ ଶ୍ରମ ଆୟୁକ୍ତ, ଜୟପୁର, ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୋରିଗୁମ୍ମା ଶ୍ରୀ ବିକ୍ରମ କୁମାର ଦୋରା, ସହକାରୀ ଶ୍ରମ ଅଧିକାରୀ,ଜୟପୁର ଓ କୋରାପୁଟ ଏବଂ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଜୟପୁରର କର୍ମଚାରୀ ମାନେ ଉପସ୍ଥିତ ଥିଲେ I
ଏହି ଶିବିରରେ ଜୟପୁର ଓ ବୋରିଗୁମ୍ମା ଅଂଚଳର ମୋଟ ୨୫୩ ହିତାଧିକାରୀଙ୍କୁ ଟ.୧,୪୫,୮୭,୬୦୦/- ଙ୍କା ସହାୟତା ରାଶି ପ୍ରଦାନ କରାଗଲା, ତନ୍ମଧ୍ୟରୁ ଶିକ୍ଷା ସହାୟତା ବାବଦକୁ ୨୪ ଜଣଙ୍କୁ ଟ.୧,୪୨,୬୦୦/- ଙ୍କା, ବିବାହ ସହାୟତା ବାବଦକୁ ୧୨୮ ଜଣଙ୍କୁ ଟ.୬୪,୦୦,୦୦୦/-ଙ୍କା, ପ୍ରସୂତି କାଳୀନ ସହାୟତା ବାବଦକୁ ୨୬ ଜଣଙ୍କୁ ଟ.୨,୬୦,୦୦୦/-ଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦକୁ ୩୮ ଜଣଙ୍କୁ ଟ.୭୬,୦୦,୦୦୦/-ଙ୍କା ଓ ଅନ୍ତେଷ୍ଟିକ୍ରିୟା ବାବଦକୁ ୩୭ ଜଣଙ୍କୁ ଟ.୧,୮୫,୦୦୦/-ଙ୍କା ପ୍ରଦାନ କରାଗଲା I ଶ୍ରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଜୟପୁର ଏହି ସଭାକୁ ପରିଚାଳନା କରିଥିଲେ, ଶ୍ରୀ ନରେନ୍ଦ୍ର ରାଇକା, ଯୁଗ୍ମ ଶ୍ରମ ଆୟୁକ୍ତ ଏହି ସଭାର ପ୍ରାରଂଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଶ୍ରୀ ବୁଲୁ ଶ୍ରୀହରିଆ, ସହକାରୀ ଶ୍ରମ ଅଧିକାରୀ, କୋରାପୁଟ ଧନ୍ୟବାଦ ଅର୍ପଣ କରି ସଭାକୁ ଉଜ୍ଜାପିତ କରିଥିଲେ।