ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ଓଡ଼ିଶା ରାଜ୍ୟ ପୂର୍ବତନ ସୂଚନା କମିଶନର ତଥା ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦଙ୍କ ଦ୍ଵାରା ସୋରଡ଼ା ବ୍ଲକ ପଦ୍ମପୁର ଗ୍ରାମର ଏନ୍.ନିଳମାଧବ ପାତ୍ରଙ୍କୁ ବିଶ୍ଵବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ସମ୍ମାନ-୨୦୨୨ ରେ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଛି। ବାସ୍ତବରେ ରାଷ୍ଟ୍ର ନିର୍ମାଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଉଲ୍ଲେଖନୀୟ ।

ବର୍ତ୍ତମାନ ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସ୍ନାତକୋତ୍ତର ବିଭାଗ ଛାତ୍ର ତଥା ଏନଏସଏସ ୟୁନିଟ୍ ୨ ର ସକ୍ରୀୟ ସ୍ବେଚ୍ଛାସେବୀ ଅଛନ୍ତି। ଏହି ସଫଳତା ପାଇଁ ସମସ୍ତେ ଖୁସି ହେବାସହ ଏହି ଶ୍ରେୟକୁ ସେ ସର୍ବପ୍ରଥମେ ନିଜ ବାପା ମାଆ ଏନ୍.ଭାଲୁ ପାତ୍ର, ଏନ୍.ଝୁନୁ ପାତ୍ର ଏବଂ ସବୁବେଳେ ପ୍ରେରଣା ଦେଉଥିବା ମାନନୀୟା କୁଳପତି ପ୍ର. ଦାଶ, ସ୍ନାତକୋତ୍ତର ଅଧ୍ୟକ୍ଷ ପ୍ର. ପି କେ ମହାନ୍ତି, ପୂର୍ବତନ କାର୍ଯ୍ୟକ୍ରମ ସଂଯୋଜକ ପ୍ର. ଧୃବ ଚରଣ ପଣ୍ଡା, ବର୍ତମାନର ନିଜ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ପ୍ର. ଜୟନ୍ତ କୁମାର ପଣ୍ଡା, ନିଜ ୟୁନିଟ୍ ୨ ର କାର୍ଯ୍ୟକ୍ରମ ଅଧିକାରୀ ଆସିଷ୍ଟାଣ୍ଟ ପ୍ର. ଶକ୍ତି ରଞ୍ଜନ ଦାଶଙ୍କ ସହ ସମସ୍ତ ରାଜ୍ଯ ଏନଏସଏସ କର୍ମକର୍ତ୍ତା ଏବଂ ସମସ୍ତ ଶୁଭେଛୁ ଓ ପ୍ରଶଂସକଙ୍କୁ ଉତ୍ସର୍ଗ କରିବାକୁ ଚାହାଁନ୍ତି । ପ୍ରଫେସର ପଣ୍ଡା ଏବଂ ପ୍ରଫେସର ଦାଶଙ୍କ କହିବା ଅନୁସାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ଆଣିଛନ୍ତି ଛାତ୍ର ଏନ୍.ନିଳମାଧବ, କାହିଁକି ନା ଆସନ୍ତା ମାସ ଭୁବନେଶ୍ୱରରେ ହେବାକୁ ଥିବା ଏନ ଏସ ଏସ ଆୱାର୍ଡ଼ ସେରେମୋନିରେ ସେ ପାଇବେ ବେଷ୍ଟ ଷ୍ଟୁଡେଣ୍ଟ୍ ଭଲ୍ୟୁଣ୍ଟିଅର ଷ୍ଟେଟ ଏନ ଏସ ଏସ ଆୱାର୍ଡ଼ -୨୦୨୨

 

ସୋରଡ଼ାରୁ କୋରେଶ୍ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *