ନିଶାଖାଇ ଭାଙ୍ଗିଲେ ଗଣେଶ ମୂର୍ତ୍ତି

ଫୋକସ ପ୍ଲସ(ସତ୍ୟବାଦୀ)୧/୦୯/୨୦୨୨: ନିଶା ଖାଇ ଭାଙ୍ଗିଲେ ଗଣେଶ ଙ୍କ ମୂର୍ତ୍ତି |ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ମହୁରା ପଞ୍ଚାୟାତ ଦୁବାଇପୁର ଠାରେ ଘଟିଛି ଅଭାବନୀୟ ଘଟଣା |ଗତ ବିଳମ୍ବିତ ରାତିରେ ପ୍ରାୟ ଦୁଇଟା ରୁ ତିନିଟା ସମୟରେ କେହି ଦୂର୍ଭୂତ ନିଶାଖାଇ ନିଜର ହିତାହିତ ଜ୍ଞାନ ଭୁଲି ଯାଇ ଘଟାଇଛି ଏଭଳି କାଣ୍ଡ | ଗୋଟିଏ ପଟେ ଗଣେଶ ଙ୍କ ମୂର୍ତ୍ତି ଭlଙ୍ଗିଦେଇଥିବା ବେଳେ ଅନ୍ୟ ପଟେ ସଜା ଯାଇଥିବା ମଣ୍ଡପରେ ଲଗା ଯାଇଥିବା କଦଳୀ ଗଛ ଫୁଲ ଗଛ କୁ ହାଣିବା ଭଳି ଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ | ସବୁ ଠାରୁ ବଡ କଥା ହେଉଛି ଆସନ୍ତା କାଲି ଗଣେଶ ପୂଜା ହୋଇଥିବା ବେଳେ ହରତାଲିକା କରିବା ବଦଳରେ ବିସର୍ଜନ ପୂର୍ବରୁ ଘଟିଚି ଏଭଳି କାଣ୍ଡ |ଏହି ଘଟଣା ବୁଦ୍ଧିଯିବି ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି ବୋଧ ହୁଏ ଏମାନେ ନିଜର ମଣିଷ ପଣିଆ ଭୁଲି ଯାଇଛନ୍ତି | କାରଣ ଭଗବାନଙ୍କୁ ଭକ୍ତି କରିବା ବଦଳରେ ମୂର୍ତ୍ତି ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ ଏହା ନିଶ୍ଚୟ ଚିନ୍ତାର ବିଷୟ ପାଲଟିଛି | ସାହିର ଛୋଟ ଛୋଟ ପିଲା ମାନେ ଅଳ୍ପବହୁତ ଟଙ୍କା ଆଦାୟ କରି ଅଭାବରେ ଖଣ୍ଡେ ଖଣ୍ଡେ ବାଉସ ପୋତି ବରଡା ଛପରରେ ଛାମୁଣ୍ଡିଆ କରି ଗଣେଶଙ୍କୁ ବସାଇଥିଲେ | ତେବେ ଦୁର୍ବୁତଙ୍କ ଏଭଳି କାଣ୍ଡ ସାହି ପିଲାଙ୍କୁ ଦୁଃଖିତ କରିଛି |ଖାଲି ମୂର୍ତି ଭାଙ୍ଗି ସେତିକି ରେ ମନ ଶାନ୍ତି ହୋଇନଥିଲା ଦୃଭୂତଙ୍କର ପ୍ରଜlପିତlବ୍ରହ୍ମ କୁମାରୀଙ୍କର ଆଶ୍ରମ ରୁ ବୋଡ ନେଇ ପାଖାପାଖି ଏକ କିଲମିଟର ଦୂରରେ ମଧ୍ୟ ଫିଙ୍ଗି ଦେଇଥିବା ଅଭିଯୋଗ ହେଇଚି |

ସତ୍ୟବାଦୀ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ୍ ଫୋକସ୍ ପ୍ଲସ |

 

Leave a Reply

Your email address will not be published. Required fields are marked *