ଫୋକସ ପ୍ଲସ(ଉଦଳା)୧୫/୦୯/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା କପ୍ତିପଦା ରାସ୍ତାର ଏଫ ଏଲ ସପ ନିକଟରେ ରାତ୍ର ସମୟରେ ଜୈନିକ ନିଶା ଶକ୍ତ ଯୁବକଙ୍କ ଦ୍ୱାରା ଉଦଳା ଅଗ୍ନିଶମ ବିଭାଗର କର୍ମଚାରୀ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ନାକେଦମ ହେବାକୁ ପଡିଛି, ସୂଚନା ମୁତାବକ ଉଦଳା ରୁ କପ୍ତିପଦା ରାସ୍ତାରେ ଥିବା ଏଫ ଏଲ ସପ ନିକଟରେ ଜୈନିକ ନିଶାଶକ୍ତ ଯୁବକ ନିଶା ଖାଇ ନିକଟରେ ଥିବା ଏକ ଡ୍ରେନରେ ପଡି ନିକଟରେ ଥିବା ଏକ ସରୁ ହୋମ ପାଇପ ମଧ୍ୟରେ ପଶି ଯାଇଥିଲା, ଓ ନିଶାରେ ଅଭିନୟ ଆରମ୍ଭ କରିଥିଲା, ତେବେ ନିକଟସ୍ଥ ଲୋକେ ଯୁବକ ଜଣକ ସରୁ ହୋମ ପାଇପରେ ପଶି ରହିଥିବା ନେଇ ଉଦଳା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ଖବର ପାଇ ଉଦଳା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଂଚି ନିଶା ଶକ୍ତ ଯୁବକ ଙ୍କୁ ହୋମ ପାଇପ ରୁ ଉଦ୍ଧାର କରିବାକୁ ଚେଷ୍ଟା କରି ଥିବା ବେଳେ ଯୁବକ ଜଣକ ସରୁ ହୋମ ପାଇପ ରେ ଆଗକୁ ଆଗକୁ ଯାଇ ଥିଲେ ତେବେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବହୁତ ବୁଝା ସୁଝା କରିବା ପରେ ଯୁବକ ଜଣକ ହୋମ ପାଇପ ମଧ୍ୟରୁ ବାହାରକୁ ଆସି ଥିଲା ତେବେ ନିଶାରେ ମସଗୁଲ ଥିବା ଯୁବକ ଜଣକ ବିଭିନ୍ନ ଅଭିନୟ ଆରମ୍ଭ କରିଥିଲା, ଯୁବକ ଜଣକ ଆହତ ହୋଇଥିବା ବେଳେ ଅଗ୍ନିଶମ କର୍ମଚାରୀ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲ କୁ ନେବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣକ ମେଡିକାଲ ଯିବାକୁ ଅମଙ୍ଗ ହୋଇ ଥିଲା, ତେବେ ଅଗ୍ନିଶମ ବିଭାଗର କର୍ମଚାରୀ ତାଙ୍କୁ ଜୋର ଦବରଦସ୍ତ କରି ଦମକଳ ଗାଡ଼ିରେ ବସାଇ ଉଦଳା ମେଡିକାଲରେ ଭର୍ତି କରାଇଥିଲେ, ଯୁବକ ଜଣକ ସମ୍ପୂର୍ଣ ନିଶାରେ ଥିବା ବେଳେ ବିଳମ୍ବିତ ରାତ୍ରି ରେ ଯୁବକ ଜଣକ ମେଡିକାଲ ରେ ଅଭିନୟ ଆରମ୍ଭ କରିଥିଲା, ତାର ଅଭିନୟ ଦେଖି ମେଡିକାଲର କାର୍ଯ୍ୟରତ ଡାକ୍ତର ରୁମ ରେ ପଶି ଯାଇଥିବା ବେଳେ କର୍ମଚାରୀ ମାନେ ଭିଡ଼ ଜମାଇ ଥିଲେ ଓ ମଜା ଉଠାଇ ଥିଲେ, ତେବେ ଆଉଟ ଡୋର ରେ ନିଶାଶକ୍ତ ଯୁବକଙ୍କ ପାଇଁ ଦୀର୍ଘ ସମୟ ଧରି ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା, ଦୀର୍ଘ ସମୟ ଧରି ଯୁବକ ଜଣକ ପାଇଁ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ନାକେଦମ ହେବାକୁ ପଡିଥିବାର ଦେଖିବାକୁ ମିଳିଥିଲା, ନିଶା ଶକ୍ତ ହୋଇ ଅନେକ ସମୟରେ ଉଦଳା ମେଡିକାଲ ପରିସରରେ ଏପରି ଘଟଣା ଘଟୁ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି |