ନିଶ୍ଚିନ୍ତକୋଇଲି ରେ ରାସ୍ତା ଅବରୋଧ

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୨୩/୦୮/୨୦୨୨: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ନେମାଳ ଥାନା ଦାଉଦପୁର ପଂଚାୟତ ଜଗନ୍ନାଥପୁର ୮ ନମ୍ବର ଓ୍ୟାର୍ଡ ର ସରକାରୀ ଗ୍ରାମ୍ୟ ରାସ୍ତା କୁ କିଛି ବ୍ୟକ୍ତି ଦୀର୍ଘ ଦିନରୁ ଅବରୋଧ କରି ରଖି ନିଜର ସ୍ଥାୟୀ ଘର ନିର୍ମାଣ କରିବା ସହିତ ବର୍ଷା ପାଣି ନିଷ୍କାସନ ପାଇଁ ରହିଥିବା ନାଳ ଓ ପୋଖରୀ କୁ ଅବରୋଧ କରିଥିଲେ। ଫଳରେ ପାଣି ନିଷ୍କାସନ ହୋଇ ନପାରି ଲୋକମାନେ ଜଳବନ୍ଦୀ ର ଶିକାର ହେଉଥିଲେ। ତେଣୁ ସ୍ଥାନୀୟ କିଛି ଲୋକଙ୍କ ଅଭିଯୋଗକ୍ରମେ ତହସିଲ ଓ ପୋଲିସ ପ୍ରଶାସନ ର ସହାୟତା ରେ ଜବରଦଖଲ କୁ ଉଛେଦ କରାଯାଇଛି। ଏହି ଉଛେଦ ପ୍ରକିୟାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଗୋଟିଏ ସେକ୍ସନ ମହିଳା ଫୋର୍ସ ସାଲେପୁର ଏସଡିପିଓ ବିମଳ କୁମାର ବାରିକ, ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ନରେନ୍ଦ୍ରପୁର ଫାଣ୍ଡି ଅଧିକାରୀ ଗୈାରାଙ୍ଗ ବିଶ୍ବାଳ ଙ୍କ ସମେତ ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର କ୍ରୀଷ୍ଣା ପାଢ଼ୀ ଉପସ୍ଥିତ ଥିଲେ।

ନିଶ୍ଚିନ୍ତକୋଇଲି ରୁ ଫଲ୍ଗୁନୀ ପ୍ରଶାସନ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *