ନୀଳଗିରି ତହସିଲ ଅଧୀନ ବିଭିନ୍ନ ସ୍ଥାନ ରେ ଏବେ ମାଟି ଏବଂ ଇଟା ଭାଟି ମାଫିଆ ସକ୍ରିୟ ହୋଇଛନ୍ତି । ବେସରକାରୀ ଜମି ସହିତ ଗୋଚର, ଅନାବାଦୀ ରୁ ମାଟି ଇଟା ଭାଟି ମାଫିଆ ମାନେ ଦିନ ରାତି ଏକ କରି ଲୁଟି ଚାଲିଛନ୍ତି । ନୀଳଗିରି ତହସିଲ ଅନ୍ତର୍ଗତ ଅଯୋଧ୍ୟା, ବରହମପୁର, ତେନ୍ତୁଳି ଆ , ଯାଇଦା ,ସନ୍ତରଗଡ଼ିଆ, ଶ୍ୟାସୁନ୍ଦରପୁର, ଈଶ୍ୱର ପୂର , ଅଞ୍ଚଳ ରେ ଛତୁ ଫୁଟିଲା ପରି ବେଆଇନ ଇଟା ଭାଟି ଚାଲୁ ଥିବା ନଜର କୁ ଆସିଛି । ହଜାର ହଜାର ଟ୍ରୀ ପ୍ ମାଟି ଇଟା ପାଇଁ ଆବଶ୍ୟକ ଥିବାବେଳେ ଏବେ ଇଟା ଭାଟି ମାଫିଆ ମାନେ ଅଧିକ ସକ୍ରିୟ ହୋଇଛନ୍ତି । ଏହି ଥିରୁ ସ୍ପଷ୍ଟ ଯେ ଆର୍.ଆଇ ଏବଂ ତହସିଲ୍ ଦାର ଙ୍କ ସହ ଭାଟି ମାଲିକ ଏବଂ ମାଟି ମାଫିଆ ଙ୍କ ମଧୁଚନ୍ଦ୍ରିକା ପିରତି ଚାଲି ଅଛି । ଏହି କିଛି ଦିନ ଭିତରେ ନୀଳଗିରି ନିର୍ବାଚନ ମଣ୍ଡଳୀ ରେ ବେଆଇନ ଇଟା ଭାଟି ଛତୁ ଫୁଟିଲା ପରି ଗଢି ଉଠିଛି । ନା ଅଛି ପାଲ୍ୟୁସନ୍ ବୋର୍ଡ ର ଅନୁମତି ,ନା ଅଛି କାହାକୁ ଖାତିର । ରାଜସ୍ବ ବିଭାଗ ବେ ଆଇନ ଇଟାଭାଟି ଉପରେ ଅଙ୍କୁଶ ଲଗାଇବା ସହ ଏଭଳି ବେ ଆଇନି କାର୍ଯ୍ୟ ବନ୍ଦ କରିବା କୁ ସାଧାରଣ ଦାବି ହୋଇଛି ।
ନୀଳଗିରି ରୁ ଲେଲିନ କୁମାର ଦେ