ନୂଆଁଖାଇରେ ୩ଦିନ ସରକାରୀ ଛୁଟି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୋକସ ପ୍ଲସ(ବରଗଡ଼)୨୭/୦୮/୨୦୨୨: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ୩ଦିନ ସରକାରୀ ଛୁଟି ଦାବିରେ ଗତ କାଲି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କୋସଳସେନା । ନୂଆଖାଇ ଛୁଟି ତିନି ଦିନ ଦାବି ନେଇ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ କୋଶଳ ସେନା ମଧ୍ୟରେ ଧସ୍ତାଧସ୍ତୀ ପରିସ୍ଥିତି ଉପୁଜିଥିଲା l କିଛି ସମୟ ଧରି ତିକ୍ତତା ଲାଗିରହିଥିଲା ଏବଂ ପରେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ନିକଟକୁ ଆସି ଛୁଟି ପାଇଁ ଦିଆଯାଇଥିବା ଦାବିପତ୍ର କୁ RDC ଙ୍କୁ ପଠେଇଦେବେ ବୋଲି କହିଥିଲେ lନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ,ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଘରକୁ ଆସି ନୂଆଖାଇ ପାଳନ କରିଥାନ୍ତି କିନ୍ତୁ ଦୁଃଖର ବିଷୟ ଯେ ନୂଆଖାଇ ଛୁଟି ବରଗଡରେ ପ୍ରଶାସନିକ ସରକାରୀ ସ୍ତରରେ ଦିଆଯାଇନାହିଁ ତେଣୁକରି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବସି ଆନ୍ଦୋଳନ କରୁଥିବା କହିଛନ୍ତି କୋଷଳସେନାର କର୍ମକର୍ତା । ଦାବି ଯଦି ପୂରଣ ନହେବ ଆଗାମୀ ଦିନରେ ବରଗଡର ସମସ୍ତ ସରକାରୀ ଅଫିସ ବନ୍ଦ କରାଯିବା ସହ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି କୋସଳସେନା ଚେତାବନୀ ଦେଇଛନ୍ତି ।

ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *