‘ନୂଆ-ଓ’: ନାଚଗୀତରେ ଉଡ଼ାଇଦେଲେ ୯୫ କୋଟି ଟଙ୍କା…

ଭୁବନେଶ୍ବର: ରାଜ୍ୟର ଯୁବ ଓ ଛାତ୍ରଙ୍କ ଭୋଟ୍‌ ହାତେଇବାକୁ ନବୀନ ସରକାର ଆରମ୍ଭ କରିଥିଲେ ‘ନୂଆ-ଓ’ ଯୋଜନା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଜୋର୍‌ଦାର ପ୍ରଚାର ପ୍ରସାର କରିବା ସହ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍‌୍ରେ ଅନୁଷ୍ଠିତ ହୋଇଥିଲା ଏକାଧିକ କାର୍ଯ୍ୟକ୍ରମ। ନାଚଗୀତ ସାଙ୍ଗକୁ କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭରପୂର ମନୋରଞ୍ଜନ କରାଯାଇଥିଲା। ଏ ବାବଦରେ କେଉଁ ‌କ୍ୟାମ୍ପସ୍‌କୁ ୭୨ ଲକ୍ଷ ଟଙ୍କା ତ ଆଉ କାହାକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତା କରିବା ନାଁରେ ତତ୍‌କାଳୀନ ସରକାର ହାତ ଖୋଲି ଅର୍ଥ ଅଜାଡ଼ି ଦେଇଥିଲେ। ଲକ୍ଷ୍ୟ ରହିଥିଲା ଏଭଳି କାର୍ଯ୍ୟକ୍ରମ ଦ୍ବାରା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବେ। ଏହା କେତେଦୂର ଫଳପ୍ରଦ ହେଲା କି ନାହିଁ ତାହା ଭୋଟ ବାକ୍ସ ଭିତରେ ରହିଗଲା। ହେଲେ ପାଖାପାଖି ୯୫ କୋଟି ଟଙ୍କା ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା ଏକାଧିକ କାର୍ଯ୍ୟକ୍ରମରୁ ଜଣେ ବି ହେଲେ ପ୍ରତିଭାବାନ ଛାତ୍ର/ଛାତ୍ରୀ ବାହାରକୁ ଆସିପାରିଲେ ନାହିଁ।

Leave a Reply

Your email address will not be published. Required fields are marked *