ନୂଆ ରେକର୍ଡ କଲେ ସୁରେଖା ଯାଦବ

ଫୋକସ ପ୍ଲସ 16/3/23(ବ୍ୟୁରୋ): ଏସିଆ ମହାଦେଶର ପ୍ରଥମ ମହିଳା ଲୋକ ପାଇଲଟ ଭାବେ ରେକର୍ଡ କରିଥିବା ସୁରେଖା ଯାଦବ ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିଛନ୍ତି । ପ୍ରଥମ ମହିଳା ଲୋକୋ ପାଇଲଟ ଭାବେ ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଛନ୍ତି । ସୁରେଖା ଯାଦବ ଗତ(ସୋମବାର) ମହାରାଷ୍ଟ୍ରର ସୋଲାପୁର ଷ୍ଟେସନରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ପର୍ଯ୍ୟନ୍ତ ଏହି ଟ୍ରେନକୁ ଚଳାଇ ରେକର୍ଡ କରିଛନ୍ତି । ଯାହାର ଭିଡିଓ ଏବେ ରେଳ ମନ୍ତ୍ରଣାଳୟ ସାର୍ବଜନୀନ କରିଛି । ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପ୍ଲାଟଫର୍ମ ନମ୍ବର 8ରେ ପହଞ୍ଚିବା ପରେ ସୁରେଖାଙ୍କୁ ରେଳବାଇ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏନେଇ ସୁରେକ୍ଷା କହିଛନ୍ତି ‘‘ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଭାରତୀୟ ରେଳବାଇରେ ନିୟୋଜିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାର ସୁଯୋଗ ମିଳିଥିବାରୁ ମୁଁ ସୌଭାଗ୍ୟ ମନେ କରୁଛି । ଏଥିପାଇଁ ରେଳମନ୍ତ୍ରଣାଳୟକୁ ଧନ୍ୟବାଦ ଦେଉଛି ।’’ ଏହା ତାଙ୍କ ପାଇଁ ଭିନ୍ନ ଏକ ଅନୁଭବ । ଏହି ସଫଳତା ପାଇଁ ସହଯୋଗ କରିଥିବା ସମସ୍ତ ସହଯୋଗୀ, ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *