ନୂତନ ବର୍ଷ ରେ ବନ୍ଧୁମିଳନ କରି ଶକ୍ତି ଦେଖାଇଲା ସୋରଡ଼ା ବିଜେପି |

ସୋରଡ଼ା 04/01/2024; ଓଡିଶା ରେ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ର ଘୋଷଣା ନିର୍ବାଚନ କମିଶନର ଙ୍କ ଘୋଷଣା ପରେ 2024 ନୂତନ ବର୍ଷ ରେ ସରଗରମ ହୋଇ ଉଠିଲାଣି ସୋରଡ଼ା ବ୍ଳକ ରାଜନୀତି |ବର୍ତ୍ତମାନ ସୋରଡ଼ା ର ମୁଖ୍ୟ ବିରୋଧୀ ଦଳ ବିଜେପି 2024 ନୂତନ ବର୍ଷ ଅବସରରେ ସୋରଡ଼ା ବ୍ଳକ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ବଡ଼ଗଡ଼ ପଞ୍ଚାୟତ ର ମା ଫୁଲକେଶିନୀ ଙ୍କ ପୀଠ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ଶକ୍ତି ଦେଖାଇଛନ୍ତି | ପ୍ରଥମେ ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବିଜେପି ର ପୂର୍ବତ୍ତନ ବିଧାୟକ ପାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଙ୍କୁ ବଡ଼ଗଡ଼ ଗ୍ରାମ ର ତିନି ଛକ ଠାରୁ ଏକ ପଦଯାତ୍ରା ମାଧ୍ୟମ ରେ ହଜାର ହଜାର କର୍ମୀ ଏକ ବିରାଟ ପଟୁଆର କରି ବନ୍ଧୁ ମିଳନ ସ୍ଥଳ ମା ଫୁଲକାଶେନି ଙ୍କ ପୀଠକୁ ପାଛୋଟି ନେଇଥିଲେ |ଏହି କାର୍ଯ୍ୟକ୍ରମ ଟି ବଡ଼ଗଡ଼ ମଣ୍ଡଳ ସଭାପତି ଙ୍କ ପୌରାହିତ୍ୟ ରେ ଆରମ୍ଭ କରାଇଯାଇଥିଲା, ଏଥିରେ ବିଜେପି ର ପୂର୍ବତନ ବିଧାୟକ ପାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ମୁଖ୍ୟ ଅତିଥିଭାବେ, ଘୁମୁସର ସାଙ୍ଗଠନିକ ଜିଲ୍ଲା ର ସଭାପତି ଗୋକୁଳା ନନ୍ଦ ମଳିକ ମୁଖ୍ୟ ବକ୍ତା ଭାବରେ ଓ ସମ୍ମାନିତ ଅତିଥିଭାବେ ଘୁମୁସର ସାଙ୍ଗଠନିକ ଜିଲ୍ଲା ର ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଆଦିବାସୀ ମୋର୍ଚ୍ଚା ସଭାପତି ଦେବରାଜ ମଳିକ, ସିଧପୁର ପଂଚାୟତ ସରପଞ୍ଚ ଶୁଶିଳା ମଳିକ ତଥା ବିଶିଷ୍ଟ ସମାଜସେବି ଭଗବାନ ପାତ୍ର, ବିଧାନସଭା ସଞ୍ଜଯୋଗ ରଜନୀକାନ୍ତ ମହାପାତ୍ର ପ୍ରମୁଖ ସମସ୍ତ ମଣ୍ଡଳ ସଭାପତି ବୁଲୁ ସ୍ୱାଇଁ, ଭଗବାନ ମୁନି, ଶିବଦିଗାଲ, ଜଗଦୀଶ ରାଜୁ, ସୁରେନ୍ଦ୍ର ଡାକୁଆ ଯୋଗ ଦେଇଥିଲେ, ସମ୍ପୂର୍ଣ କାର୍ଯ୍ୟକ୍ରମ ଟି ଯୁବ ନେତା ବଦ୍ରି ପ୍ରଧାନ, ଟୁକୁନା ଗୌଡ଼, ଶ୍ରୀନିବାସ ପାତ୍ର ଓ ପ୍ରଭାକର ଗୌଡ଼ ଙ୍କ ସହଯୋଗ ରେ ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ସମୟରେ ଏକଲପୁର ପଞ୍ଚାୟତ ର ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ କୈଳାଶ ଶବର ନିଜର ସମର୍ଥକ ମାନଙ୍କ ସହ ,ତଥା ହିଞ୍ଜଳକୁଦା ପଞ୍ଚାୟତ ର ବହୁ ନୂତନ କର୍ମୀ, ବଡ଼ଗଡ଼ ଗ୍ରାମ ର ବହୁ ବ୍ୟବସାୟୀ ବିଜେପି ର ନୀତି ଆଦର୍ଶ ରେ ଅନୁ ପ୍ରାଣିତ ହୋଈ ତଥା ନୀଳ ଭାଇ ଙ୍କ ନେତୃତ୍ୱ ରେ ବିଜେପି ରେ ଯୋଗ ଦେଲେ | ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ବ୍ଳକ ର 26 ଟି ପଞ୍ଚାୟତ ରୁ ପ୍ରାୟ 4000 ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *