ନୃଶଂସ ପାଲଟିଲା ପୁଅ ବାପାଙ୍କୁ ପିଟିପିଟି କଲା ହତ୍ୟା ||

ଫୋକସ ପ୍ଲସ 6/1/2023(ଭବାନୀପାଟଣା): ବାପାକୁ ହତ୍ୟା କରି ଘରେ ପୋତି ଦେଲା ଜଲ୍ଲାଦ ପୁଅ l ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାଡମ ଗାଁରେ ବାପ ପୁଅ ମଧ୍ୟରେ ଝଗଡ଼ା ଲାଗି ରହିଥିଲା ତେବେ ଚଳିତ ମାସ ୧ ତାରିଖ ଦିନ ବାପ ପରମା ହରିଜନ ଓ ପୁଅ ସୁମନ୍ତ ହରିଜନଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ପୁଅ ଉତକ୍ଷିପ୍ତ ହୋଇ ବାପାଙ୍କୁ ପିଟି ପିଟି ହତ୍ୟା କରି ଏକ ଭଙ୍ଗା ଘର ମାଟି ତଳେ ପୋତି ଦେଇଥିବା ଘଟଣା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚାନ୍ଚଲ୍ୟ ଖେଳାଇ ଦେଉଛି l ତେବେ ଏ ହଉଛି ବର୍ତ୍ତମାନର ସେହି ବଡ଼ ଖବର lତେବେ ପାଞ୍ଚ ଦିନ ଧରି ବାପାଙ୍କ ଦେଖା ନ ମିଳିବାରୁ ମଝିଆ ପୁଅ ଓ ବଡ଼ପୁଅ ଆସି ସବୁ ଆଡେ ନିଜ ସମ୍ପର୍କୀୟଙ୍କ ଘରେ ଖୋଜା ଖୋଜି କରି ନିରାଶ ହୋଇ ଥିଲେ ସାନପୁଅ ସାମ୍ନା ଭଙ୍ଗା ଘରେ ସିମେଣ୍ଟ ରଖି ଥିବାରୁ ସିମେଣ୍ଟ ଦେଖି ଯାଉଥିବା ବେଳେ ସେହି ପରିତ୍ୟକ୍ତ ଭଙ୍ଗା ଘରେ ଦୁର୍ଗନ୍ଧ ବାହାରି ଥିଲା ଏଥିରେ କଣ ଏପରି ଦୁର୍ଗନ୍ଧ ବାହାରୁଚି ବୋଲି ମାଟି ଖୋଲିଥିଲେ ସେଥିରୁ ବାପାଙ୍କ ଶବ ବାହାରି ଥିଲା ଏହା ଦେଖି ସମସ୍ତେ ଚମକି ପଡିଥିଲେ ଏବଂ ଏହା କିଏ ହତ୍ୟା କରିଛି ବୋଲି ପାରିବାର ଲୋକେ ଖୋଜିବା ବେଳକୁ ହତ୍ୟା କରିଥିବା ପୁଅ ସୁମନ୍ତ ଫେରାର ହୋଇ ଯାଇଥିଲା l ଭବାନୀ ପାଟଣା ସଦର ଥାନା ପୋଲିସକୁ ହତ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଶବ ପୋଷ୍ଟ ମର୍ଟମ କରି ଶବ ପାରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ପୋଲିସ ପାରିବାରର ମୃତକଙ୍କ ସ୍ତ୍ରୀ ସୁମନ୍ତଙ୍କ ସ୍ତ୍ରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି l ତେବେ ହାତ୍ୟା ଅଭିଯୋଗ ଆସିଥିବା ପୁଅ ସୁମନ୍ତ ହରିଜନ ଏବେ ବି ଫେରାର ଅଛି l

Leave a Reply

Your email address will not be published. Required fields are marked *