ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଚଢ଼ାଉକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ଫୋକସ ପ୍ଲସ(ବ୍ୟୁରୋ)04/08/2022: ନ୍ୟାସନାଲ ହେରାଲ୍ଡ ମାମଲାରେ ଜାରି ରହିଛି ଇଡିର ତଦନ୍ତ । ଦେଶର ବିଭିନ୍ନ ସ୍ଥାନରେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ଉପରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାରି ଭିତରେ ନୂଆଦିଲ୍ଲୀ ସ୍ଥିତ ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟକୁ ଇଡି ସିଲ୍ କରିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ଆକ୍ଷେପ କରିଛନ୍ତି କଂଗ୍ରେସ ନେତା ।ରାହୁଲ କହିଛନ୍ତି, ମୋଦୀ ସରକାର ପୂରା ଦେଶରେ ଭୟର ବାତାବରଣ ଖେଳାଇ ସମସ୍ତଙ୍କୁ ଡରେଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ନରେନ୍ଦ୍ର ମୋଦୀଙ୍କୁ ସେ ଆଦୌ ଡରନ୍ତି ନାହିଁ । ଏଥିସହ ରାହୁଲ କହିଛନ୍ତି ସତ୍ୟକୁ ବନ୍ଦୀ କରି ରଖିବା ଅସମ୍ଭବ । ସରକାର ଯାହା ଇଚ୍ଛା କରନ୍ତୁ କିନ୍ତୁ କଂଗ୍ରେସ କିମ୍ବା ଗାନ୍ଧୀ ପରିବାର ଉପରେ ଏହାର କୌଣସି ଫଳ ପଡିବ ନାହିଁ । ଦେଶର ସୁରକ୍ଷା, ଗଣତନ୍ତ୍ରର ରକ୍ଷା ଓ ସତ୍ୟର ସାମ୍ନା କରିବା ପାଇଁ ସେ ଓ ତାଙ୍କ ଦଳ ସବୁବେଳେ ନିର୍ଭିକ ଭାବେ ଛିଡା ରହିଛନ୍ତି ଓ ରହିବେ । ସୂଚନାଯୋଗ୍ୟ ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପରେ ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ କରିଛି ।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *