ନ୍ୟାୟପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ

ଫୋକସ ପ୍ଲସ(ବ୍ୟାସନଗର)୪/୦୯/୨୦୨୨: ଯାଜପୁର ଜିଲ୍ଲା ଟମକାଥାନକୁ ଆଇନଜୀବୀ ଶ୍ରୀକାନ୍ତ ବଳ ଥାନ ଅଧିକାରୀଙ୍କୁ ଦେଖାକରିବାକୁ ୨୩/୦୮/୨୦୨୨ ଥାନlକୁ ଯାଇଥିବା ବେଳେ ସେହି ଥାନlର ଏସଆଇ ଫିରୋଜ ଏକ୍କାଙ୍କ ଥାନାରୁ ବାହାରି ଯିବା ସହ ଦୁର୍ବ୍ୟବହାର କରିଥିଲେ ଓ ସେଠାରେ ଆଉ ଯୁକ୍ତି ନକରି ସେ ଦୁଇ ବାର ଆଶ୍ସୋସିଏସନ ରେ ଜଣେଇଥିଲେ ।ଯାଜପୁର ରୋଡ଼ ବାର ଆଶ୍ସୋସିଏସନ ଓ ବ୍ୟାସନଗର ଆଶ୍ସୋସିଏସନ ତରଫରୁ ଏକ ବୈଠକ ହୋଇଥିଲା ଏବଂ ଏକ ରେଜୁଲେସେନ ହୋଇ ଯାଜପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ଭେଟିବା ନେଇ ଆଲୋଚନା ହୋଇଥିଲା ।ଆଜି ୧୧ଟା ବେଳେ ଯାଜପୁର ପାଣିକୋଇଲିସ୍ଥିତ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଯାଜପୁର ରୋଡ଼ ବାର ଆଶ୍ସୋସିଏସନ ଓ ବ୍ୟାସନଗରଆଶ୍ସୋସିଏସନ |ଭେଟି ଅଭିଯୋଗ ଦାବିପତ୍ର ଦେଇଥିଲେ।ଆରକ୍ଷୀ ଅଧ୍ୟକ୍ଷ ଯଥା ଶୀଘ୍ର ତଦନ୍ତ କରାଯିବ ସହିତ ପ୍ରୀତିଶ୍ରୁତି ଦେଇଥିଲେ।ଉକ୍ତ ଦାବି ପତ୍ରରେ ଦୁଇ ବାର ଆଶ୍ସୋସିଏସନ ସୁବାଷ ବଳ ସାମନ୍ତ,ରାଜେନ୍ଦ୍ର କୁମାର ବେହୁରା,ଶ୍ରୀକାନ୍ତ ବଳ, ରବୀନ୍ଦ୍ର କୁମାର ନାୟକ ଓ |ଅନ୍ୟସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

 

ବ୍ୟାସନଗର ରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *