ପଙ୍କପାଳ ଗୋଷ୍ଠୀ ସଂଘର୍ଷ ଘଟଣା, ଥାନା ଘେରାଉ କଲେ ମହିଳା

ଫୋକସ ପ୍ଲସ (ସୁକିନ୍ଦା)୨୬/୦୭/୨୦୨୨: ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମରେ ଘଟି ଥିବା ଗୋଷ୍ଠୀ ସଂଘର୍ଷ ଘଟଣା ଆଜିବି ଶାନ୍ତ ପଡି ନାହିଁ। ବିଜେଡି ବିଜେପି ମଧ୍ଯ ରେ ଲାଗିଥିବା ଝଗଡ଼ା ଆଜି ପର୍ୟ୍ଯନ୍ତ ଧିରେଧିରେ କୁହୁଲୁଛି। କାରଣ ବିଜେପି ର ୪ଜଣ ଓ ବିଜେଡି ଦଳର ୩ ଜଣ କୁ ପୋଲିସ ଆରେଷ୍ଟ୍ କରିଥିବା ବେଳେ ବିଜେଡି ଦଳର ଲୋକ ମାନଙ୍କୁ ହଇରାଣ ନକରି ବିଜେପି ଦଳର ଲୋକ ମାନଙ୍କୁ ଯାଣିଶୁଣି ହଇରାଣ କରୁଥିବା ଯୋଗୁଁ ଗ୍ରାମର ବହୁ ମହିଳା ପୁରୁଷ ଆସି ଯଖପୁରା ଥାନା ଘେରାଉ କରିଥିଲେ।ମାତ୍ର ନୂତନ ଥାନା ଅଧିକାରୀ ଙ୍କ ପ୍ରତିଶ୍ରୁତି ପରେ ମହିଳା ଓ ପୁରୁଷ ମାନେ ନିଜ ଘରକୁ ଫେରି ଆରିଯାଇଥିବା ଦେଖିବାକୁ ମିଳିଛି. ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ରହ୍ମାନନ୍ଦ ରାୟ ଆରେଷ୍ଟ୍ କରିବା ଓ ତଦନ୍ତ କାରି ପୋଲିସ ଅଧିକାରୀଙ୍କୁ ଜଖପୁରା ଥାନା ରୁ ବଦଲି କରିବା ପାଇଁ ଥାନା ଅଧିକାରୀ ଙ୍କ ଆଗରେ ନିଜର ଦାବି ଉପସ୍ଥାପନ କରିଥିବା ଦେଖିବାକୁ ମିଳୁଛି। ଯଦି ମହିଳା ମାନଙ୍କ ଦାବି ପୂରଣ ନ କରାଯାଏ ତେବେ ଆଗାମି ଦିନରେ ରାଜରାସ୍ତାରେ ବସିବାକୁ ପଛଘୁଞ୍ଚା ଦେବନାହିଁ ବୋଲି ଚେତାବନୀ ଦେଇଥିବା ଦେଖିବାକୁ ମିଳୁଛି।

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *