ପଞ୍ଚଭୂତରେ ଲୀନ ହେଲେ ରାଇମୋହନ

ଫୋକସ ପ୍ଲସ (ନୟାଗଡ)୨୫/୦୬/୨୦୨୨: ଦିନେ ସିଏ ମରିଲେ ଦର୍ଶକ ତାଳି ମାରୁଥିଲେ ହେଲେ ଆଜି ସେ ସତରେ ମରିଗଲେ ଦର୍ଶକ ତାଳି ମାରିବା ବଦଳରେ ଆଖିରୁ ଲୁହ ଢାଳୁଛନ୍ତି। ରାଇମୋହନ ପରିଡା ଓଡ଼ିଆ ସିନେମା, ଯାତ୍ରା, ଟିଭି ସିରିଏଲର ଜଣେ ଦମଦାର ଖଳନାୟକ , ସମସ୍ତଙ୍କ ଜୀବନ ସହିତ ଖେଳୁଥିବା ଭିଲିଆନ ଆଜି ନିଜ ଜୀବନ ଯୁଦ୍ଧରେ ହାରିଗଲେ। ତାଙ୍କର ସେଇ ଖଳନାୟକ କଥା ” ହେଇଟି ଅନାନୀ’ ଆଜି ନିଜକୁ ଅନେଇବାକୁ କହୁନି ତ? କଣପାଇଁ ଆତ୍ମହତ୍ୟା କଲେ ତାହା ଏବେବି ଅସ୍ପଷ୍ଟ। ହେ ଓଡ଼ିଆ ସିନେମା ଜଗତର ଏକ ଅପୁରଣୀୟ କ୍ଷତି ଘଟିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ସନ୍ଧ୍ୟାରେ ରାଇମୋହନଙ୍କ ମରଶରୀରକୁ ବଡଦାଣ୍ଡ ରେ ଶହ ଶହ କଳାକାରମାନଙ୍କ ସହିତ ହଜାର ହଜାର ରାଇମୋହନଙ୍କ ପ୍ରଶଂସକ ବିରାଟ ପଟୁଆରରେ ସ୍ୱର୍ଗଦ୍ୱାରକୁ ନେଇ ରାଇମୋହନ ଅମର ରହେ ନାରାରେ ବଡଦାଣ୍ଡରୁ ସ୍ୱର୍ଗଦ୍ୱାର ଯାଏ କମ୍ପୁଥିଲା। ରାଇମୋହନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେଲାପର୍ଯ୍ୟନ୍ତ ହଜାର ହଜାର ରାଇମୋହନଙ୍କୁ ଭଲପାଉଥିବା ଦର୍ଶକ ସ୍ୱର୍ଗଦ୍ୱାରର ଚତୁଃପାଶ୍ୱରେ ଭିଡ ଜମାଇ ରହିଥିଲେ।

ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *