ପଞ୍ଚମ ଶ୍ରେଣୀର ଛାତ୍ରୀ ଙ୍କୁ ଦୁଷ୍କର୍ମ ଅଭିଯୋଗ

ଫୋକସ ପ୍ଲସ(ବୌଦ୍ଧ)୦୫/୦୮/୨୦୨୨ : ଅଭାବନୀୟ ଘଟଣା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ।ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅଞ୍ଚଳରେ ପଞ୍ଚମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ବାଉଁଶୁଣି ଥାନାରେ ଅଭିଯୋଗ ।ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ଘରେ ବାପା ମା ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ସେହି ଗ୍ରାମର ୨୧ ବର୍ଷୀୟ ଅଭିଯୁକ୍ତ ସରୋଜ ରଣବିଡା ଝିଅକୁ ଦୁଷ୍କର୍ମ କରି କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଝିଅକୁ ଧମକ ଦେଇଥିଲେ ।ଏହାପରେ ଝିଅ ବାପାମାଙ୍କୁ ନ କହି ଚୁପ ଥିଲା । ଦେହ ଅସୁସ୍ଥ ହେବାରୁ ବାପା, ମା ବାରମ୍ବାର ଝିଅ କୁ ପଚାରିଥିଲେ,ଭୟରେ ମୁହଁ ଖୋଳୁନଥିବା ଝିଅ ଆଜି ସବୁକଥା ବାପା ମାଙ୍କୁ ଝିଅ କହିଥିଲା |ଏହାପରେ ଆଜି ନାବାଳିକା ଝିଅକୁ ଧରି ପ୍ରଥମେ ବାଉଁଶୁଣି ମେଡ଼ିକାଲ କୁ ନେଇଥିଲେ ।ହେଲେ ବାଉଁଶୁଣି ମେଡ଼ିକାଲରେ ପୋଲିସ ନ ଆସିଲେ ଟ୍ରିଟମେଣ୍ଟ କରିବାକୁ ମନା କରିଦେଇଥିଲେ |ଏହାପରେ ବାଉଁଶୁଣି ଥାନାରେ ଆସି ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିବା ସହିତ ନାବାଳିକା ଝିଅକୁ ଡାକ୍ତରୀ ମଇନା ପରେ ସି ଡବ୍ଲ୍ୟୁ ସି କୁ ହସ୍ତାନ୍ତର କରାଯିବ ବୋଲି ବାଉଁଶୁଣି ଏ ଏସ ଆଇ ସସ୍ମିତା ମଗର କହିଛନ୍ତି । ଏ ଏସ ଆଇ ସସ୍ମିତା ମଗର ମନମୁଣ୍ଡା ଥାନା ରୁ ବାଉଁଶୁଣୀ ଥାନା କୁ ଟ୍ରାନ୍ସଫର ହୋଇ ଆସୁ ଆସୁ ମଗର ମାଡମ୍ ଙ୍କୁ ମିଳିଲା ନୂଆ କେସ |

ବୌଦ୍ଧ ରୁ ଶରତ ମୁଦୁଲି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *