ଫୋକସ ପ୍ଲସ(ବୋରିଗୁମ୍ମା) ୩୧/୦୭/ ୨୦୨୨:ତାଲା ଭାଙ୍ଗି ପଂଚାୟତ ଗୋଦାମ ଘରୁ ପିଡ଼ିଏସ ଚାଉଳ ଚୋରି ।ବିଳମ୍ବିତ ରାତିରେ ଲୁଟେରା ମାନଙ୍କ ବଡ଼ ଧରଣର ଚୋରି ।
ପଞ୍ଚାୟତ ଗୋଦାମ ଗୃହରୁ ତାଲା ଭାଂଗି ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ଚୋରି କରି ନେଇ ଯାଇଛନ୍ତି ଚୋର । ଆନୁମାନିକ ୬୦ ବସ୍ତା ରୁ ଉର୍ଦ୍ଧ ଚାଉଳ ଲୁଟି ନେଇଛନ୍ତି ଏହି ଦୁବୃତ୍ତ ।ଏଭଳି ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିସିଂହପୁର ପଞ୍ଚାୟତରେ। ଗତ କାଲି ବିଳମ୍ବିତ ରାତି ଚୋର ପଞ୍ଚାୟତ ଗୋଦାମ ଘରୁ ତାଲା ଭାଙ୍ଗି ଭିତରେ ପଶି ଚୋରି କରିଛନ୍ତି।ଏହି ଚାଉଳ ଲୁଟ ବେଳେ ଲୁଟେରା ମାନେ ଚାରି ଚକିଆ ଗାଡି ବ୍ୟବହାର କରିଥିବା ଜଣାପଡୁଛି ।ଗୋଦାମ ଗୃହ ସମ୍ମୁଖରେ ଚାରି ଚକିଆ ଯାନର ଟାଇର ଚିହ୍ନ ରହିଛି । ଏ ନେଇ ପଂଚାୟତ ପକ୍ଷରୁ ନିକଟସ୍ଥ ବି ସିଂହପୁର ଥାନାରେ ଏତଲା ହୋଇଛି ।ଏତେଲା ପରେ ବି ସିଂହପୁର ପୋଲିସ ପହଂଚି ପ୍ରାଥମିକ ତଦନ୍ତ କରୁଥିବା ସୂଚନା ମିଳିଛି । ବି ସିଂହପୁର ପୋଲିସ ପ୍ରାଥମିକ ସ୍ଥିତି ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧାନ କୁକୁରକୁ ମଧ୍ୟ ଡକାଇ ତଦନ୍ତ କରୁଥିବା ଜଣା ପଡ଼ିଛି । ତେବେ ଏ ସମ୍ପର୍କରେ ପୋଲିସ କୁ ଏତେଲା ଦିଆ ଯାଇଛି ଏବଂ ଏହାର ତଦନ୍ତ ପାଇଁ ପୋଲିସ ପହଞ୍ଚି ଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ ରୁପା ଯାନି । ସେପଟେ ଏତେଲା ପରେ ପୋଲିସ ସାଇଣ୍ଟିଫିକ ଟିମ ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ତଦନ୍ତ ଭାର ନେଇଥିବା ସବଇନିସ୍ପେକ୍ଟର ସୁରେନ୍ଦ୍ର ନାଥ ସେଠି ।
ତେବେ ପିଡ଼ିଏସ ଚାଉଳ ରକ୍ଷଣା ବେକ୍ଷଣ ପାଇଁ ପ୍ରଶାସନ ପକ୍ଷରୁ କୋଣସି ବ୍ୟବସ୍ଥା ନ ଥିବା ଏବଂ ଉପଯୁକ୍ତ ଭିତ୍ତିଭୂମି ନ ଥିବା ଯୋଗୁଁ ଏହି ଘଟଣା ଘଟିଛି ଏଥି ପାଇଁ ସ୍ଥାନୀୟ ପ୍ରଶାସନ କୁ ଦାୟୀ କରିଛନ୍ତି ସ୍ବେଛାସେବୀ ଉତ୍ତମ ପାତ୍ର ।ତେବେ ପୋଲିସ ର ତଦନ୍ତ କେତେ ସକ୍ରିୟ ହେଉଛି ଏବଂ ଚୋର ଧାରା ପଡୁଛି ନା ନାହିଁ ତାହାକୁ ହିଁ ଦେଖିବା ବାକି ରହିଲା |
ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।।