ପଞ୍ଚାୟତ ନିର୍ବାହୀଙ୍କ ମନମୁଖି କାର୍ଯ୍ୟ।

ଫୋକସ ପ୍ଲସ ୦୧/୦୬/୨୨(ବ୍ରହ୍ମଗିରି): ବ୍ରହ୍ମଗିରି ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀଣି ଙ୍କ ମନମୁଖି କାର୍ଯ୍ୟ। ସରପଞ୍ଚ ଙ୍କ ଅଗୋଚରରେ ପଞ୍ଚାୟତ ନିର୍ବାହି କରୁଛନ୍ତି ବିଭିନ୍ନ କାର୍ଯ୍ୟ। ପୂର୍ବତନ ସରପଞ୍ଚ ଙ୍କ ସ୍ବାମୀ ଙ୍କୁ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ଭତା ବଣ୍ଟୁଥିବା ସମୟରେ ପହଁଞ୍ଚିଗଲେ ସରପଞ୍ଚ। ବର୍ତମାନର ସରପଞ୍ଚଙ୍କୁ ଦେଖି ଦୈଡିଲେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ। ଦିର୍ଘ ସମୟ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ସୃଷ୍ଠି ହୋଇଥିଲା ଉତେଜନା। ବ୍ରହ୍ମଗିରି ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲା। କିନ୍ତୁ ପଞ୍ଚାୟତ ନିର୍ବାହିଙ୍କ ମନମୁଖି କାର୍ଯ୍ୟକୁ ନେଇ ଜିଲ୍ଲାପାଳ ଓ ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚ ରାଧାରାଣି ଦଳାଇ।

ବ୍ରହ୍ମଗିରି ରୁ ଚିତ୍ତରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍

Leave a Reply

Your email address will not be published. Required fields are marked *